ଅନଲାଇନ୍ ଜମିଜମା ଖଜଣା ପୈଠ କାର୍ଯ୍ୟକ୍ରମ ଶୁଭାରମ୍ଭ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ୭୩ତମ ସ୍ୱାଧୀନତା ଦିବସ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୁପ ଅନଲାଇନ୍ ଜମି ଜମା ସମ୍ବନ୍ଧୀୟ ଖଜଣା ବାନ୍ଧିବା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଚାଷୀ ଓ ଜନସାଧାରଣ ସହାୟତା ନିମନ୍ତେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜଣେ ବ୍ୟକ୍ତ କିମ୍ବା ଚାଷୀ ପୃଥିବୀ ଯେ କୈାଣସି ସ୍ଥାନରେ ଥିଲେ ମଧ୍ୟ ତାଙ୍କର ଜମି ଜମା ର ଖଜଣା ସରଳ ସହଜ ମାଧ୍ୟମରେ ଅନଲାଇନ ଯୋଗେ ପୈଠ କରିପାରିବେ । ମୁଖ୍ୟମନ୍ତ୍ରୀ ୫ଟି ସୂଚୀର ଏହା ଏକ ଅଂଶ ବିଶେଷ ବୋଲି ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଭିଡିଓ କନଭେରନ୍ସି କାର୍ଯ୍ୟକ୍ରମ ମାଧ୍ୟମରେ ବିଭାଗୀୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲ।। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଭେରନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମ କୁ ଶୂଭାରମ୍ଭ କରିବା ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଚାଷୀ ସହ ଆଲୋଚନା କରିଛନ୍ତି । ଏନେଇ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ ଭିଡିଓ କନଭେରନ୍ସିଂ ହଲ୍ ଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହିତ ଏକାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ । ଚାଷୀ ଶ୍ରୀ ସାହୁ ଅନଲାଇନ ମାଧ୍ୟମ ନିଜର ଜମି ଜମା ଖଜଣା ରାଶି ପୈଠ କରୁଥିବାରୁ ସେ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଆଲୋଚନା କାର୍ଯ୍ୟକ୍ରମ ବେଳେ ଗଂଜାମ ଜିଲ୍ଲାର ଅତିରକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଜିଲ୍ଲା ରାଜସ୍ୱ ଅଧିକାରୀ ଡଃ.ଦିବ୍ୟ ଲୋଚନ ମହନ୍ତ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନୀଳମାଧନ ଭୋଇଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର/ ଅତିରିକ୍ତ ତହସିଲଦାର , ଆରଆଇ ଓ ଏନଆଇସିର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହାସହିତ ଅନ୍ ଲାଇନ ଜମିଜମାର ଖଜଣା ରାଶି ପୈଠ କରିଥିବା ଛତ୍ରପୁର ର ଚାରିଜଣ ଚାଷୀ ସୁଧୀର କୁମାର ପଟ୍ଟନାୟକ, ଉମେଶ କୁମାର ସାହୁ, ଶଶୀଭୂଷଣ ପଟ୍ଟନାୟକ ଓ ଦୀଲେଶ୍ୱର ରାଓ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ