ଆମ୍ବୁଲାନ୍ସକୁ ଅପେକ୍ଷା କରି ରୋଗୀର ଜୀବନ ଚାଲିଗଲା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ମେଡ଼ିକାଲରେ ସୋମବାର ଦିନ ଘଟିଛି ଏକ ଅଭାବନୀୟ ଘଟଣା। ବୁଗୁଡା କେନାଲ ସାହିର ନରଞ୍ଜନ ବେହେରା (୫୫) ଶ୍ଵାସ ରୋଗରେ ପୀଡ଼ିତ ହୋଇ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ବୁଗୁଡା ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ହେଲେ ୧୦୮ ଆମ୍ବୁଲାନ୍ସକୁ ଫୋନ କଲାପରେ ବୁଗୁଡା, ପୋଲସରା, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା ସମସ୍ତ ମେଡିକାଲରେ ଆମ୍ବୁଲାନ୍ସ ଅନ୍ୟତ୍ର ଚାଲି ଯାଇଥିବ ଯୋଗୁଁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରୋଗୀ ଜଣଙ୍କ ଆମ୍ବୁଲାନ୍ସକୁ ଅପେକ୍ଷା କରି ଶେଷରେ ମୃତ୍ୟୁ ମୁଖରେ ପଡ଼ିଥିଲେ। ଲକ ଡାଉନ ଯୋଗୁଁ ଓ କରୋନା ଭୟ ଯୋଗୁଁ କୌଣସି ଗାଡି ମାଲିକ ଗାଡି ଭଡାରେ ନେବାକୁ ରାଜି ନଥିବା ବେଳେ ରୋଗୀଙ୍କୁ ଜରୁରୀ ସେବା ପାଇଁ ଆମ୍ବୁଲାନ୍ସ ଉପରେହିଁ ନିର୍ଭର କରିବାକୁ ପଡିଥାଏ। ଏହିପରି ସ୍ଥଳେ ବିଭିନ୍ନ ମେଡ଼ିକାଲରେ ଆମ୍ବୁଲାନ୍ସର ଅଭାବ ଯୋଗୁଁ ରୋଗୀଙ୍କ ଅମୂଲ୍ୟ ଜୀବନ ଚାଲି ଯାଉଥିବା ଦେଖଗିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ