ପାରାଦ୍ୱୀପ ବନ୍ଦର ପକ୍ଷରୁ କାର୍ଯ୍ୟକ୍ଷମ ହେଲା କୋଭିଡ୍ ପ୍ରଯତ୍ନ କେନ୍ଦ୍ର
ପାରାଦ୍ୱୀପ, (ପୀତବାସ ପ୍ରଧାନ): କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦର କର୍ମଚାରୀଙ୍କ ପାଇଁ ୫୦ସଜ୍ୟା ବିଶିଷ୍ଟା ଏକ କୋଭିଡ୍ ପ୍ରଜତ୍ନ କେନ୍ଦ୍ର ବା କୋଭିଡ୍ କେୟାର ସେଣ୍ଟର ସ୍ଥାନୀୟ ପୋର୍ଟ କ୍ଳବ ଠାରେ ସୋମବାର ଦିନ କାର୍ଯ୍ୟକ୍ଷମ ହୋଇଛି । ସୂଚାନ ଥାଉକି, ରାଜ୍ୟ ସରକାର ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପାରାଦ୍ୱୀପ ବନ୍ଦର ସହଯୋଗରେ ଏକ କୋଭିଡ୍ ଚିକିତ୍ସାଳୟ ସମେତ ବନ୍ଦର ସହରରେ ବିଭିନ୍ନ ସଂଘରୋଧକ କେନ୍ଦ୍ର ସ୍ଥାପନ କରିଛନ୍ତି । ଏତଦ୍ ବ୍ୟତୀତ ବନ୍ଦର ସମେତ ବିଭିନ୍ନ ଶିଳ୍ପ ଅନୁଷ୍ଠାନକୁ ନିଜ କର୍ମଚାରୀଙ୍କ ଚିକିତ୍ସା ନିମନ୍ତେ ନିଜସ୍ୱ ପ୍ରଯତ୍ନ କେନ୍ଦ୍ର ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସୂଚାନ ଥାଉକି ଭବିଷ୍ୟତରେ କ୍ୱାଟର୍ସ ରେ ଗୃହ ସଂଘରୋଧ ରହିଲେ ଏବଂ ଯଦି କୋଭିଡ୍ ସଂକ୍ରମଣ ସେହି ବ୍ୟକ୍ତିର ଥାଏ ତେବେ ତାହା ପଡିଶା କ୍ୱାର୍ଟରକୁ ବ୍ୟାପିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ପ୍ରଯତ୍ନ କେନ୍ଦ୍ରରେ ସଂପୃକ୍ତ କର୍ମଚାରୀ ସଂଘରୋଧରେ ରହିବ । ଏଠାରେ ସମସ୍ତ ସୁବିଧା ସାଙ୍ଗକୁ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯିବ । କୋଭିଡ୍ ନିୟମ ଅନୁଯାୟୀ ସମସ୍ତ ମେଡିକାଲ ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବେ ପରିଚାଳନା କରାଯିବା ସହ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଥିବା ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ କହିଛନ୍ତି ।