ନିୟତି ଭିନ୍ନକ୍ଷମ ଅନୁଷ୍ଠାନରେ ଅଗଷ୍ଟ ୧୫ ଓ ରକ୍ଷା ବନ୍ଧନ ପାଳିତ
(ଯୁଗାବ୍ଦ ନ୍ୟୁଜ )ରାଣୀପେଣ୍ଠ ସ୍ଥିତ ନିୟତି ଭିନ୍ନକ୍ଷମ ଅନୁଷ୍ଠାନ ପରିସରରେ ୭୩ ତମ ସ୍ୱାଧୀନତା ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ସମ୍ପୁର୍ଣନନ୍ଦ ବେବର୍ତ୍ତା ଯୋଗଦାନ ପୂର୍ବକ ପତାକା ଊତଳନ କରି ସ୍ୱାଧୀନତାର ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ। ଭିନକ୍ଷମଙ୍କ ମଧ୍ୟ ଅବଦାନ ସାଧାରଣଙ୍କ ଠାରୁ ଅଧିକାରହିଛି କହିଥିଲେ।ଏଇମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତ ରେ ସାମିଲ କରିବା ଆମର ପ୍ରଧାନ କର୍ତ୍ତବ୍ୟ କହିଥିଲେ । ଏହା ସହିତ ନିୟତି ଭିନ୍ନ କ୍ଷମ ଅନୁଷ୍ଠାନର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ପବିତ୍ର ରକ୍ଷା ବନ୍ଧନ ପାଳନ କରାଯାଇଛି । ସମସ୍ତ କାର୍ୟ୍ୟକ୍ରମକୁ ସ୍ନେହଲତା ପାଣିଗ୍ରାହୀ, ଜ୍ୟୋଷ୍ଣା ଡାକୁଆ, ସାସ୍ବତୀ ବେବର୍ତ୍ତା, ଜୟମା, ପୂର୍ଣବାସୀ, ରଚିତା ମହାନ୍ତି ପରିଚାଳନା କରିଥିଲେ।