ଅଯୋଧ୍ୟାରେ ରାମ ମନ୍ଦିରର ଭୂମୀ ପୂଜନକୁ ବ୍ରହ୍ମପୁର ବିଜେପିର ସ୍ୱାଗତ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ ): ୫୦୦ ବର୍ଷର ସ୍ୱପ୍ନ ଆଜି ଶାକାର ହୋଇଛି । ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆଜି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଶିଳାନ୍ୟାସ ଓ ଭୂମୀ ପୂଜନ ହୋଇଥିବାରୁ ସମସ୍ତ ହିନ୍ଦୁ ଚିନ୍ତାଧାରା ତଥା ଭାଜପାର କର୍ମୀଙ୍କ ମହୋଲରେ ଉତ୍ସାହ ଦେଖାଦେଇଛି । ଦେଶର ପ୍ରତ୍ୟକଟି ଜନସାଧାରଣଙ୍କ ଠାରୁ ଆରମ୍ବ କରି ଦଳଗତ ନିର୍ବିଶେଷରେ ଆଜି ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହିଭଳି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ଆନନ୍ଦିତ ହୋଇଛନ୍ତି । ଦେଶବାସୀଙ୍କ ଦିର୍ଘ ବର୍ଷର ସ୍ୱପ୍ନ ରାମ ମନ୍ଦିରର ଭୂମୀ ପୂଜନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ବ କରିଥିବାରୁ ବ୍ରହ୍ମପୁର ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଏଭଳି ପ୍ରୟାସକୁ ସ୍ୱାଗତ କରାଯିବା ସହ ବାଲ୍ ହନୁମାନ ଚାଳିଷା ଆୟୋଜନ କରାଯାଇଥିଲା । ଆଜି ଏହି ଐତିହାସିକ ଦିବସ ଅବସରରେ ବ୍ରହ୍ମପୁର ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା କାହ୍ନ ଚରଣ ପତିଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ବଡ ବଜାର ଅନ୍ତର୍ଗତ ଜେନା ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ବାଲ୍ ହନୁମାନ ଚାଳିଷା ଆୟୋଜିତ ହୋଇଥିଲା । ଏଥିରେ ଛୋଟ ଛୋଟ ପିଲାମାନେ ଯୋଗ ଦେଇ ୧୧ ଥର ହନୁମାନ ଚାଳିଷା ଗାନ କରିଥିଲେ । ସେହିପରି ଗୋଷାଣୀନୂଆଗାଁ ମଣ୍ଡଳ ତରଫରୁ ସଭାପତି ନମିତା ରାଣୀ ପଣ୍ଡାଙ୍କ ତତ୍ୱାବଧାନରେ ଘୃତଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଏଭଳି ଚିନ୍ତାଧାରାକୁ ବିପୁଳ ମାତ୍ରାରେ ସ୍ୱାଗତ କରାଯାଇଥିଲା । ଏଥିସହ ବ୍ରହ୍ମପୁର ସହରର ସମସ୍ତ ବିଜେପି ଓ ହିନ୍ଦୁତ୍ୱ ପ୍ରେମୀ ମାନେ ଟିଭି ମାଧ୍ୟମରେ ଅଯୋଧ୍ୟାର ଭୂମୀ ପୂଜନ କାର୍ଯ୍ୟକ୍ରମ ଦେଖିବା ସହ ଘରେ ଦିପ ଜଳାଇ ଭଗବାନ ଶ୍ରୀ ରାମଙ୍କୁ ପୂଜାର୍ଚ୍ଚନା କରିଥିଲେ । ଶହ ଶହ ବର୍ଷର ପ୍ରତୀକ୍ଷାର ଅବସାନ ସହିତ ଅଯୋଧ୍ୟା ରାମ ଜନ୍ମଭୂମୀରେ ରାମ ମନ୍ଦିର ନିର୍ମାଣର ଶୁଭାରମ୍ବ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ଗଞ୍ଜାମ ବିଜେପି ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି । ଏହି ଅବସରରେ ପ୍ରଭାତ ଷଡଙ୍ଗୀ,କିରଣ କୁମାର ସାହୁ,ଏନ.ରାଜେନ୍ଦ୍ର କୁମାର,ସୁରେଶ ସାହୁ,ମଧୂ ସୂଦନ ସାହୁ,କମଳ କୁମାର ପାତ୍ର,ବିନାୟକ ରଥ,ଚିତ ପାଠୀ ,ଚନ୍ଦନ ସାହୁ,ନର୍ମଦା ସାହୁ,ସନ୍ତୋଷିନୀ ସାହୁ,ବିଜୟ ଗୋପାଳ,ସୁଶାନ୍ତ ବେହେରା,ରଶ୍ମି ରଞ୍ଜନ, ବଳରାମ ସାହୁ,କାଳୁ ଚରଣ ସାହୁ ସମେତ ବହୁ ବିଜେପି କର୍ମକର୍ତା ଯୋଗ ଦେଇଥିଲେ ।


