ରାମ ମନ୍ଦିର ଶିଳାନ୍ୟାସ ଉପଲକ୍ଷେ ୧୦୮ ଦୀପଦାନ

ନାଉଗାଁ,(ଓ୍ବାଇଏନ୍ଏସ୍)   :ଅଯୋଧ୍ୟାର ବହୁ ପ୍ରତୀକ୍ଷିତ ପ୍ରଭୁ ଶ୍ରୀରାମ ମନ୍ଦିର ଭିତିପ୍ରସ୍ତର ସ୍ଥାପନ ପରିପ୍ରେକ୍ଷୀରେ ନାଉଗାଁ ବ୍ଳକ ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମର ମହାବୀର ଯୁଥ କ୍ଲବ ଆଣ୍ଡ ଲାଇବ୍ରେରୀ ପକ୍ଷରୁ ଗ୍ରାମର ହନୁମାନ ମନ୍ଦିରରେ ବୁଧବାର ଦୀପଦାନ କରାଯାଇଛି । ନାଗା ବାବା ରାଘବ ଦାସଙ୍କ ନେତୃତ୍ୱରେ ଗ୍ରାମର ହନୁମାନ ମନ୍ଦିରରେ ଭଜନ କିର୍ତନ କରାଯାଇ ୧୦୮ଦୀପଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ପ୍ରସନ୍ନଜିତ ସାହୁ, ସହ ସଂପାଦକ ଚନ୍ଦ୍ରଶେଖର ବାରିକ, ସ୍ନେହଶିଷ ସ୍ୱାଇଁ, ସୁବ୍ରତ ଲେଙ୍କା, ଆଲୋକ ଦାସ, ଲକ୍ଷ୍ମଣ ସାହୁ, ହିମାଂଶୁ ବେହେରା, ପ୍ରକାଶ ମହାନ୍ତି, ତ୍ରିଲୋଚନ ସାହାଣୀ, ନରେଶ ସ୍ୱାଇଁ, ସନ୍ଦୀପ ଲେଙ୍କା, ରାକେଶ ସ୍ୱାଇଁ, ହେମନ୍ତ ଲେଙ୍କା ପ୍ରମୁଖ ୧୦୮ ଦୀପଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ