ରିଲିଜ ହେବାକୁ ଯାଉଛି ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’
ବହୁ ବିବାଦ ପରେ ଆସନ୍ତାକାଲି ପରଦାକୁ ଆସିବ ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’। ରାକେଶ୍ ଓମ୍ ପ୍ରକାଶ ମେହେରାଙ୍କ ଏହି ଫିଲ୍ମଟି ସ୍ୱଚ୍ଛତା ଉପରେ ଆଧାରିତ। ଆରମ୍ଭରୁ ଏହାର କାହାଣୀ ଓ କନ୍ସେପ୍ଟ ଉପରେ ବିବାଦ ଦେଖାଦେଇଥିଲା। କିନ୍ତୁ ପରେ ଏହାର ଟ୍ରେଲର୍କୁ ଖୁବ୍ ପ୍ରଶଂସା ମିଳିଥିଲା।ମୁମ୍ବାଇର ଗୋଟିଏ ସ୍ଲମ୍ ଏରିଆରେ କହ୍ନେୟା ନାମକ ଜଣେ ୮ ବର୍ଷର ପିଲା ତା ମା’ ସହ ରହୁଛି। କିନ୍ତୁ ତାଙ୍କ ଜୀବନର ଗତିପଥ ସେତେବେଳେ ବଦଳେ ଯେତେବେଳେ କହ୍ନେୟାର ମା’ ବାହାରକୁ ଶୌଚ ହେବା ପାଇଁ ଯାଇ ଦୁଷ୍କର୍ମର ଶିକାର ହୁଅନ୍ତି। ଯାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ’