ସୀତାବନବାସ ପାହାଡ଼ରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା

ପୋଲସରା,(ଅନିଲ ମହାରଣା) : ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ରାୟ ପରେ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ହେଉଥିବା ବେଳେ ସେହିଦିନ ମଧ୍ୟ ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମର ସୀତାବନବାସ ପାହାଡ଼ ଉପରେ ଆଶ୍ରମ ନିକଟରେ ମହନ୍ତ ଶ୍ରୀ ରତନ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୀତାବନବାସ ପାହାଡ଼ ଉପର ଆଶ୍ରମରେ ପୁରୋହିତ ଓ ସାଧୁସନ୍ଥଙ୍କ ଉପସ୍ଥିତିରେ ଭୂମିପୂଜା ସହ ରାମ ଚରିତ ମାନସ ଓ ପରାୟଣ ପ୍ରଭୃତି ଆଧ୍ୟାତ୍ମିକ କାର‌୍ୟ୍ୟକ୍ରମ କୋଭିଡି ଗାଇଡ଼ଲାଇନ ପାଳନ କରି ଅନୁଷ୍ଠିତ ହୋଇଥିଲା। କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର, ମାତା ସୀତା, ଓ ଭ୍ରାତା ଲକ୍ଷ୍ମଣ ବନବାସ ସମୟରେ ଏଠି କିଛି ଦିନ ରହିଥିଲେ। ଯାହାର ପ୍ରମାଣ ଏହି ପର୍ବତ ଉପରେ ଥିବା ସୀତା କୁଣ୍ଡରୁ ମିଳେ। ଏହି ପବିତ୍ର ସ୍ଥାନକୁ ଲୋକ ଲୋଚନକୁ ଆଣିବା ନିମନ୍ତେ ମହନ୍ତ ଶ୍ରୀ ରତନ ଦାସ ମହାରାଜଙ୍କ ପ୍ରଚେଷ୍ଟାରେ ଆଜି ଭୂମିପୂଜନ ସହ ମନ୍ଦିର ନିର୍ମାଣ ନିମନ୍ତେ ଯଜ୍ଞର ଆୟୋଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ