ସ୍ୱର୍ଗତଃ ଘନଶ୍ୟାମ ବେଜଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା 

ବାଲେଶ୍ୱର : ବରିଷ୍ଠ କଂଗ୍ରେସ କର୍ମୀ ତଥା ସମାଜସେବୀ ଘନଶ୍ୟାମ ବେଜଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ସ୍ୱର୍ଗତଃ ବେଜଙ୍କ ସହଦେବଖୁଣ୍ଟାସ୍ଥିତ ବାସଭବନ ପରିସରରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ବାଲେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତଃ ଘନଶ୍ୟାମ ବେଜଙ୍କ ସ୍ମୃତିଚାରଣ କରି ସେ ଜଣେ ନିଷ୍ଠାପର ଓ ସଚ୍ଚୋଟ କଂଗ୍ରେସ କର୍ମୀଭାବେ ମୃତ୍ୟୁପର୍ଯ୍ୟନ୍ତ ଦଳର ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟକରିଆସିଥିଲେ । ମାତ୍ର ୬୪ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ବାଲେଶବର ସହରବାସୀ ତଥା ସହଦେବଖୁଣ୍ଟାବାସୀଙ୍କୁ ଚରମ ଆଘାତ ଦେଇଛି ବୋଲି ବହୁ ବକ୍ତା ମତପ୍ରକାଶ କରିଥିଲେ । ବାଲେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନୟନ କାର୍ଯ୍ୟରେ ସେ ଦଳମତ ନିର୍ବିଶେଷରେ ସର୍ବଦା ସହଯୋଗ କରିଥିଲେ । ସହଦେବଖୁଣ୍ଟା ତଥା ୨୩ ନମ୍ବର ୱାର୍ଡ଼ର ସମସ୍ତ ସାଂସ୍କୃତିକ, ଆଧ୍ୟାମିôକ ଓ ଶିକ୍ଷାନୁଷ୍ଠାନ ସହ ସ୍ୱର୍ଗତଃ ବେଜ ସୁସଂପର୍କ ରକ୍ଷା କରି ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ । କଂଗ୍ରେସ ଦଳର ଉତ୍ଥାନ ଓ ପତନରେ ସେ କେବେ ବିଚଳିତ ହୋଇନଥିଲେ କିମ୍ବା କୌଣସି ପଦପଦବୀ ଲୋଭରେ ନିଜର ନୀତି ଆଦର୍ଶରୁ ବିଚ୍ୟୁତ ହୋଇନଥିଲେ ବୋଲି ତାଙ୍କ ସହ କାର୍ଯ୍ୟ କରିଥିବା ସହକର୍ମୀମାନେ ମତପ୍ରଦାନ କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ବକ୍ତାମାନେ ସମବେଦନା ଜଣାଇଥିଲେ ।
ସ୍ୱର୍ଗତଃ ବେଜଙ୍କ ସ୍ମୃତିରକ୍ଷା ପାଇଁ ଆସିଥିବା ବିଭିନ୍ନ ପ୍ରସ୍ତାବ ମଧ୍ୟରୁଆସନ୍ତା ପ୍ରଥମ ବାର୍ଷିକ ଶ୍ରାଦ୍ଧ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ପତ୍ରିକା ପ୍ରକାଶ କରିବା, ସ୍ୱର୍ଗତଃ ବେଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ସହଦେବଖୁଣ୍ଟାସ୍ଥିତ ତାଙ୍କ ସମ୍ମୁଖରାସ୍ତାକୁ ଘନଶ୍ୟାମ ମାର୍ଗ ନାମରେ ନାମିତ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି । ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ରାଜନୈତିକ ଦଳ, ଗଣ ସଂଗଠନ ଓ ସାଂସ୍କୃତିକ ସଂଗଠନ ତରଫରୁ ବିଜୟ କୁମାର ପାଣିଗ୍ରାହୀ, ହେମଲତା ଦାସ, ରମାନାଥ ବାରିକ, ହୃଷିକେଶ ସାହୁ, ପଞ୍ଚାନନ ପରିଡ଼ା, ନିରଞ୍ଜନ ପରିଡ଼ା, ପର୍ଶୁରାମ ଦାସ, ଭଗବାନ ମହନୀ, ପୂର୍ଣ୍ଣଚନ୍ଦ୍ର ବେହେରା, ସରସ୍ୱତୀ ପଣ୍ଡା, ହରମୋହନ ଦାଶ, ଅର୍ଚ୍ଚନା ନନ୍ଦୀ, ଦେବାଶିଷ ସିଂହ, ସଞ୍ଜୟ ବେହେରା, ଶ୍ୟାମସୁନ୍ଦର ଜେନା, ମନୋଜ ନାୟକ, ସୁଶାନ୍ତ କୁମାର ମହାନ୍ତି, ଉମାଶଙ୍କର ବାରିକ, ବସନ୍ତ ସ ପ୍ରମୁଖ ଯୋଗ ଦେଇଥିଲେ । ସ୍ୱର୍ଗତଃ ବେଜଙ୍କ ଏକମାତ୍ର ଜୋଇଁ ଇଂ. କୁମାର କାର୍ତ୍ତିକ ଗୃହୀତ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀପାଇଁ ସମସ୍ତ ସହଯୋଗ କାମନା କରିଥିଲେ । ଜ୍ୟେଷ୍ଠପୁତ୍ର ପ୍ରଶାନ୍ତ ଉପସ୍ଥିତମାନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ