ଆୟୁଷ ଡାକ୍ତରଙ୍କ କଳାବ୍ୟାଚ ପରିଧାନ ପଞ୍ଚମ ଦିନରେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ କାର‌୍ୟ୍ୟରତ ଆୟୁଷ ଡାକ୍ତରଙ୍କ କଳାବ୍ୟାଚ ପରିଧାନ ଆନ୍ଦୋଳନ ପଞ୍ଚମ ଦିନରେ ପହଂଚିଛି ଚଳିତ ମାସ ପାଞ୍ଚ ତାରିଖରୁ ଆଠ ଦଫା ଦାବୀନେଇ କଳା ବ୍ୟାଚ ପରିଧାନକରି ଆସନ୍ତା ଚଉଦ ତାରିଖ ଯାଏଁ ଏହିଭଳି ପ୍ରତିବାଦ କରିବେ ବୋଲି ଆୟୁଷ ଡାକ୍ତର ସଂଘ ପକ୍ଷରୁ କୁହାଯାଇଛିକ୍ଷ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ସାରଙ୍ଗଡ଼ କେଲେମାହା ଆଦି ଜ଼ିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଅଭିନଵ ଉପାୟରେ ପ୍ରତିବାଦ ସହ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି ରୋଗୀ ସେବାରେ ବ୍ୟାହତ ଘଟିନାହିଁ କ୍ଷ ଆୟୁଷ ଡାକ୍ତରଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି କ୍ଷ ଅବିଳମ୍ବେ ଡାକ୍ତରଙ୍କ ନ୍ୟାର୍ଯ୍ୟ ଦାବୀ ଗୁଡିକ ପୂରଣ ନହେଲେ ଆସନ୍ତା ପନ୍ଦର ତାରିଖରୁ ସମୂହ ଇସ୍ତଫା ଦେବାକୁ ଡାକ୍ତର ସଂଘ କଡା ଚେତାବନୀ ଦେଇଛନ୍ତି ସଭାପତି ଡ଼ଃ ସ୍ନେହାଶିଷ ଗିରି ସମ୍ପାଦକ ଡ଼ଃ ମାନସ ରଞ୍ଜନ ସାହୁ ଓ ଉପଦେଷ୍ଟା ଡ଼ଃ କୁମୁଦ କୁମାର ମେହେର ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ଡ଼ଃ ସତ୍ୟ ନାରାୟଣ ପଟ୍ଟନାୟକ ଡ଼ଃ ବସନ୍ତ ମଞ୍ଜରୀ ପାତ୍ର ଡ଼ଃ ରଶ୍ମୀରେଖା ନାୟକ ଡ଼ଃ ରୋଷନୀ ପଣ୍ଡାଙ୍କ ସମେତ ଜ଼ିଲ୍ଲାର ସମସ୍ତ ଆୟୁଷ ଡାକ୍ତର ଆନ୍ଦୋଳନରେ ସାମିଲ ହୋଇଛନ୍ତି କ୍ଷ ସରକାର ତୁରନ୍ତ ଡାକ୍ତରଙ୍କ ଦାବୀ ପୂରଣ କରିବା ଆବଶ୍ୟକତା ରହିଛି ନଚେତ ଜ଼ିଲ୍ଲାରେ ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିବା ଆଶଙ୍କା ରହିଛି କ୍ଷ ଡାକ୍ତରଙ୍କ ଦାବୀ ଯଥା ଶୀଘ୍ର ପୂରଣ କରିବାକୁ ଦାବୀ ବୁଦ୍ଧିଜୀବୀ କରିଛନ୍ତି|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ