ଡାକ୍ତର ଅଲେଖ ଦାସଙ୍କ ବାଡିରେ ଦୁଷ୍ପ୍ରାପ୍ୟ ପାରିଜାତ ପୁଷ୍ପ ଫୁଟିଲା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): କାକଟ-ବସପୁର ରାସ୍ତାରେ ମୀରପାଟଣା ଗ୍ରାମରେ ଥିବା ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କ ବାଡିରେ ଥିବା ଗଛରେ ଏକ ଦୁଷ୍ପ୍ରାପ୍ୟ ପାରିଜାତ ପୁଷ୍ପ ଫୁଟିଥିବା ଦେଖିବାକୁ ମିଳିଛି।ସେହି ଫୁଲଟି ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କୁ ଲାଗି କରାଯିବା ପାଇଁ ପଠାଇ ଦିଆଯାଇଥିବା ଜଣାପଡିଛି।ଅଯୋଦ୍ଧାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜନ କରୁଥିବା ସମୟରେ ଏଠାରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଡା.ଦାସଙ୍କ ବାଡିରେ ପାରିଜାତ ପୁଷ୍ପ ଭଳି ଦୁଷ୍ପ୍ରାପ୍ୟ ଫୁଲ ଫୁଟିଛି।


