ଝାରେଡ଼ିରେ ଭ୍ରାମ୍ୟମାଣ ଚାରା ବିତରଣ

ରମ୍ଭା/ଗଞ୍ଜାମ,(ଦୁର୍ଗାମାଧବ ପାଣିଗ୍ରାହୀ): ବ୍ଲକ ଅନ୍ତର୍ଗତ ଝାରେଡି ରାଧାଗୋବିନ୍ଦପୁର ଗ୍ରାମରେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ଓ ଗାୟତ୍ରୀ ପରିବାର ଵିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତି ଝାରେଡ଼ି ଶାଖା ଉଦ୍ୟମରେ ଭ୍ରାମ୍ୟମାଣ ମାଗଣା ଚାରା ବଣ୍ଟନ ବନାଞ୍ଚଳ ଅଧିକାରୀ ନଗେନ କୁମାର ପଣ୍ଡାଙ୍କ ଦ୍ଵାରା କରା ଯାଇଥିଲା।ଵୃକ୍ଷ ଗଙ୍ଗା ଅଭିଯାନ ଅବସରରେ ଗାୟତ୍ରୀ ପରିବାର ଵିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭାର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ ଓ ଗୌରାଙ୍ଗ ପାଟଣା ଶାଖା ସଂଯୋଜକ ଶିକ୍ଷକ ଶେଷଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମାଗଣା ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକର୍ମରେ ଝାରେଡି ଶାଖା ସଭାପତି ଶିକ୍ଷକ ବିରଞ୍ଚି ନାରାୟଣ ନାହାକ,ସଂପାଦକ ମାନସ ନାହାକ ଓ ସଂଯୋଜକ କୃଷ୍ଣଚନ୍ଦ୍ର ନାହାକ, ବନରକ୍ଷୀ ଗୌରାଙ୍ଗ ପ୍ରଧାନ,ବନ କର୍ମଚାରୀ ଅର୍ଜୁନ ପାତ୍ର ଓ ଦେବାଶିଷ ବାରିକ,ଝାରେଡ଼ି ଗ୍ରାମର ସନ୍ତୋଷ ନାହାକ,ତନୁଜ ନାହାକ, ଶ୍ରୀକାନ୍ତ ନାହାକ, ବିପ୍ଳବ ନାହାକ, ମାନସ ରଞ୍ଜନ ନାହାକ, ବିଶ୍ୱଜିତ ନାହାକ ଓ ଗାୟତ୍ରୀ ପରିବାରର ଉମାକାନ୍ତ ସାହୁ, ଝଡ଼ିଆ ନାହାକ ସମେତ ଯୋଗଦେଇ ଚାରା ବଣ୍ଟନ କରିଥିଲେ।ଗ୍ରାମର ପ୍ରତି ପରିବାରକୁ ଦୁଇ ଲେଖାଏଁ ଚାରା ଯୋଗାଇ ଦିଆଯାଇ ତାର ଉପଯୁକ୍ତ ଯତ୍ନ ନେବାକୁ ଅନୁଷ୍ଠାନ ତରଫରୁ ଆହ୍ୱାନ କରାଯାଇଥିଲା।ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ମିଳିମିଶି କାର୍ଯ୍ୟ କରିବା ନିମନ୍ତେ ସମସ୍ତେ ଶପଥ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ କିସମର ପ୍ରାୟ ୫୦୦ ଚାରା ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ