ଆର୍ଥିକ ସଙ୍କଟସାଜିଛି ଚିକିତ୍ସାରେ ବାଧକ
ଗଞ୍ଜାମ,(ଦୁର୍ଗାମାଧବ ପାଣିଗ୍ରାହୀ ):ମାନବିକତା ଦେଖାଇ ଭାଇର ଶବ ସତ୍କାର କରି ଫେରିବା ବେଳେ ଘଟିଲା ବଡ଼ ଦୁର୍ଘଟଣା । ଫଳରେ ବାମ ଗୋଡ଼ଟି ଶରିରୀରୁ ଅଲଗା ହୋଇଯାଇଥିଲା । ପରିବାର ରେ ବ୍ୟକ୍ତି ଜଣକ ଆର୍ଥିକ ଉତ୍ପାଦନ ବ୍ୟକ୍ତି ହୋଇଥିବାରୁ ବର୍ତ୍ତମାନ ସେ ପଙ୍ଗୁହୋଇଯାଇଛି । ଯାହାଦ୍ୱାରା ପରିବାର ଆର୍ଥିକ ସଂଙ୍କଟରେ ଘୋର ଥିବାରୁ ଉତ୍ତମ ଚିକିତ୍ସା କରିପାରୁନାହାନ୍ତି । ଯାହାଫଳରେ ଗୋଡ଼ଟି ଦିନକୁ ଦିନ ସେପଟିକ ହୋଇ ପଚି ଯାଉଥିବାରୁ ଯୁବକ ଜଣକ ଭାରସାମ୍ୟ ହରାଇ ଶେଷରେ ଆପଣେଇ ନେଇଛି ଚରମ ନିଷ୍ପତ୍ତି ଆତ୍ମହତ୍ୟା । ଏହା କୌଣସି ଫିଲ୍ମ ର କାହାଣୀ ନୁହେଁ । ଏହା ହେଉଛି ଗଂଜାମ ସହରର ରେଳଷ୍ଟେସନ ନିକଟ ରେ ରହୁଥିବା ଗୁରୁବାର ଆହତ ଯୁବକ ସନ୍ତୋଷ ସେଠୀ ।ଏନେଇ ତାଙ୍କ ସହ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଥିଲା ମୁ ଜଣେ ଡ୍ରାଇଭର । ମୋର ରୋଜଗାରଆର୍ଥିକ ସଂଚୟ କରି ରଖିଥିବା ପାଖାପାଖି ତିନି ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ମେଡିକେଲ ରେ ଖର୍ଚ୍ଚ କରିଦେଇଛି । ମୋ ପରିବାର ପାଖରେ ଟଙ୍କାଟିଏ ନାହିଁ । ଯାହାକି ପରିବାରର ଅନ୍ୟ ଚାରିଜଣ ପୋଷଣ ହେବା କଷ୍ଟ ଦାୟକ । ଏଣୁ ପ୍ରଶାସନ ଯଦି ଆର୍ଥିକ ସହାୟତା ନ କରନ୍ତି ଏହି କଷ୍ଟ ଓ ଦୁଖଃ ଦାଉରୁ ରାକ୍ଷା ପାଇବା ପାଇଁ କେଉଁ ମୁହୂର୍ତ୍ତରେ ଆତ୍ମହତ୍ୟା କରିବି ସେଥିପାଇଁ ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ କହିଛନ୍ତି । ଅନ୍ୟପଟେ ତାଙ୍କର ପରିବାର ମଧ୍ୟ ବାପା ଆର୍ଥିକ ଅନଟନରୁ ଚିକିତ୍ସା କରିନପାରି ଆତ୍ମହତ୍ୟା କଲେ ଆମେ ବି ଆତ୍ମହତ୍ୟା କରିବୁ ବୋଲି କହିଛନ୍ତି ।ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଗଞ୍ଜମ ପୋୖରଞ୍ଚଳବରିଷ୍ଠ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ ତୁରନ୍ତ ପ୍ରଶାସନହସ୍ତକ୍ଷେପ କରନ୍ତୁ ଓ ବାଦାନ୍ୟ ବେକ୍ତିବିଶେଷ ସହଯୋଗକରିବାକୁ ନିବେଦନ କରିଛନ୍ତି ।ସୂଚନାଯୋଗ୍ୟ ରେଳ ଷ୍ଟେସନ ନିକଟ ରେ ଏକ ଚଦରଟିଣ ଏକ ରୁମ ରେ ଡ୍ରାଇଭର କାମ କରି ପରିବାର ପୋଷଣ କରୁଥିବା ସନ୍ତୋଷ ସେଠି ତାର ସ୍ତ୍ରୀ, ଦୁଇ ଝିଅ, ପୁଅଙ୍କୁ ନେଇ ରହନ୍ତି । ଗତ ତିନିମାସ ତଳେ ବ୍ରହ୍ମପୁର ନିକଟ କନିସି ରେ ରହୁଥିବା ଭାଇର ମୃତ୍ୟୁ ହେବା ଖବର ଶୁଣି ଶବ ସତ୍କାର କରି ଫେରୁଥିବା ବେଳେ ଦୁର୍ଘଟଣା ର ଶିକାର ହୋଇଥିଲେ । ଯାହା ଫଳରେ ଶରୀରରୁ ଗୋଡ଼ଟି ଅଲଗା ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁରସରକାରୀ ମେଡ଼ିକାଲ ନେଇଥିଲେ । ପରେ କଟକ ମେଡ଼ିକାଲ କୁ ରେଫର କରାଯାଇଥିଲେ ବି କରୋନା ପାଇଁ ଖାମଖିଆଲି ଚିକିତ୍ସା କରି ଫେରାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହା ପରେ ସେମାନେ ଏକ ଘରୋଇ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସଞ୍ଚିତ କରିଥିବା ପ୍ରାୟ ତିନି ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ଅସ୍ତ୍ରୋପଚାର କରିଥିଲେ । ଆଉ ବାକି ଟଙ୍କା ଦେଇ ନ ପାରିବାରୁ ମେଡିକେଲ କର୍ତ୍ତୃପକ୍ଷ ତାଙ୍କୁ ଛାଡି ନଥିଲେ । ଫଳରେ ତାଙ୍କ ସ୍ତ୍ରୀ ଙ୍କ ଗହଣା ବିକ୍ରି କରି ଟଙ୍କା ଜମା ଦେଇଥିଲେ ବି ଅସ୍ତ୍ରୋପଚାର ଲୁହା ରଡ଼ ବାହାର ନ କରି ଡିସଚାର୍ଜ କରିଦେଇଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଆର୍ଥିକ ଅନାଟନାରୁ ଦୁଇ ଝିଅ ଓ ଗୋଟେ ପୁଅ ପାଠ ଛାଡିଦେଇବା ବେଳେ ମାଆ ମୂଲ ଲାଗି ଘର ଚଳାଉଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ହେଇପାରୁନଥିବା କହିଛନ୍ତି ଝିଅ ପ୍ରିୟାଙ୍କ । ବର୍ତ୍ତମାନ ଗୋଡ଼ରେ ରଡ଼ ଥିବାରୁ ସେପଟିକ ହେବ ସହ ପଚିବା ଆରମ୍ବ ହେଉଥିବା ଦେଖାଯାଇଛି । ଝିଅ ଓ ପୁଅ ବାପଙ୍କ ଚିକିତ୍ସା ପାଇଁ ପ୍ରଶାସନ ଠାରେ ଆକୁଳ ନିବେଦନ କରିବା ସହ ପାଠପଢିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଯଦି ବାପା ଚିକିତ୍ସା ନ ହୋଇପାରି ଆତ୍ମହତ୍ୟା କରନ୍ତି ଆମେ ବି ଆତ୍ମହତ୍ୟା କରିବୁ ବୋଲି କହିଥିବାରୁ ପ୍ରଶାସନ ହସ୍ତକ୍ଷେପ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।


