ମ୍ୟାଗମା ପକ୍ଷରୁ ୧୦୦ ଜଣ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଦିଆଯିବ:ଏମ-ସ୍କଲାର

ବୁଗୁଡା,(ଅନିଲ କୁମାର ମହାରଣା): ମ୍ୟାଗମା ଫିନିକର୍ପ ଲିମିଟେଡ଼ ସାରା ଭାରତରେ ୧୦୦ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଯୁକ୍ତ ଦୁଇ ପରେ ଉଚ୍ଚ ଶିକ୍ଷା ପାଇଁ ଏମ-ସ୍କଲାର ୨୦୨୦ ପ୍ରଦାନ କରିବାକୁ ଠିକ କରିଥିବା ବିଷୟ ବୁଗୁଡା ଏନଏସିକୁ ଜଣାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ଯୁକ୍ତ ଦୁଇ ପରୀକ୍ଷାରେ ଯେଉଁ ମେଧାବୀ ଛାତ୍ରଛାତ୍ରୀ ୮୦% ବା ତାହାଠାରୁ ଅଧିକ ମାର୍କ ରଖିଥିବେ ଏବଂ ତାଙ୍କ ପରିବାରର ଆୟ ବାର୍ଷିକ ୧୦ ହଜାର ଟଙ୍କା ବା ତାହାଠାରୁ କମ ଥିବ ସେହି ଛାତ୍ର ଛାତ୍ରୀ ମାନେ ଏମ୍-ସ୍କଲାର ପାଇଁ ଆବେଦନ କରିପାରିବେ। ୨୦୧୫ ମସିହାରୁ ମ୍ୟାଗମା ଫିନିକାର୍ପ ଲିମିଟେଡ଼ ପ୍ରତିବର୍ଷ ୧୦୦ ଜଣ ଗରୀବ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଲାଭ ପାଇଁ ପାଠ୍ୟ ପୁସ୍ତକ, ଶିକ୍ଷା ପାଇଁ ଆବଶ୍ୟକ ଉପକରଣ, ମଧ୍ୟାହ୍ନ ଭୋଜନ ଓ ମେଧା ବୃତ୍ତି ଯୋଗାଇ ସମାଜର ଆଗ ଧାଡିକୁ ନେବାପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ବହୁ ଗରୀବ ଛାତ୍ର ଛାତ୍ରୀ ଉପକୃତ ହୋଇପାରିଥିବା ମ୍ୟାଗମା ଫିନିକାର୍ପ ଲିମିଟେଡ଼ର ମୁଖ୍ୟ ସିଏସଆର କୌଶିକ ସିହ୍ନା ପ୍ରକାଶ କରିଛନ୍ତି। ଯୋଗ୍ୟ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ୨୦୨୦ ଏମ୍-ସ୍କଲାର ପାଇଁ ଆବେଦନ କରି ପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ