ସେପ୍ଟେମ୍ବର ୧୪ ରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା
କଟକ , (ଶ୍ରୀନିବାସ ରାଉତ): ଦୀର୍ଘ ବୋହୁ ଦିନର ବ୍ୟବଧାନ ପରେ ପିଲାମାନେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାର ସୁଯୋଗ ପାଇଲେ, ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି | କୋରନା ସ୍ଥିତିକୁ ଆଖି ଆଗରେ ରଖି କିପରି ପିଲାମାନେ ସଠିକ ଭାବରେ ପରୀକ୍ଷା ଦେଇ ପାରିବେ ସେ ବିଷୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି | କିପରି ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ୨୨ରେ ପରୀକ୍ଷା ସରିବ, ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।


