ନିଆରା ଢଙ୍ଗରେ ସ୍ୱାଧିନତା ଦିବସ ପାଳନ କଲେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ଆର୍ଯ୍ୟଭଟ୍ଟ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ୭୩ ତମ ସ୍ୱାଧିନତା ଦିବସ ଖଲ୍ଲିକୋଟ ଘାଟି ନିକଟସ୍ଥ ପାହାଡ ରେ ଜାତୀୟ ପତାକା ଉତୋଳନ କରବା ସହ ବନ୍ଦେ ମାତାରଂ ,ଭାରତ ମାତାକି ଜୟ ଧ୍ୱନିରେ ପ୍ରକମ୍ପିତ କରି ପାହାଡରେ ୫୦ ହଜାର ସ୍ପିଡ ବଲ ପାହାଡରେ ବୁଣିଥିଲେ । ଏହା ପରେ ସ୍ୱେଚ୍ଛାସେବୀ ସଦସ୍ୟ ମାନେ ଗଂଜାମ କଳାକୃତିର ସଂଗ୍ରାହାଳୟ ଓଡିଆଙ୍କ ମ୍ୟୁଜିୟମ୍ରେ ଆୟୋଜିତ ସ୍ୱାଧିନତା ଦିବସରେ ଯୋଗ ଦେଇଥିଲେ । ଫାଉଣ୍ଡେସନର ମୁଖ୍ୟ ଅତଥି ଭାବେ ଯୋଗ ଦେଇ ମ୍ୟୁଜିୟମ ପିରସରରେ ବୃକ୍ଷ୍ୟ ରୋପଣ କରିଥିଲେ । ସୂଚନା ଥାଉକି ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ତରଫରୁ ଚଳିତ ବର୍ଷ ବିଭିନ୍ନ ପାହାଡରେ ୨ ଲକ୍ଷରୁ ଅଧିକ ମଞ୍ଜି ଗୁଳା ଫୋପାଡି ଥିବା ସହ ୫୦୦ ଶହ ବୃକ୍ଷ ରୋପଣ କରିଥିବା ଜଣାପଡିଛି ।ଏହି ଋତୁରେ ୫ ଲକ୍ଷ ମଞ୍ଜି ଗୁଳା ବୁଣିବାର ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଦସ୍ୟ ବରିଷ୍ଠ ଶିକ୍ଷାବିତ୍ ଶ୍ୟାମସୁନ୍ଦର ଖାଡଙ୍ଗା ,ଶକୁନ୍ତଳା ଦେବୀ,ସୁଶାନ୍ତ ମହାନ୍ତି ,ରାଜା ଘଡେଇ ,ଆଦିତ୍ୟ ଦାସ ,ଭୀମରାଜୁ ପାତ୍ର , ଫାଉଣ୍ଡେସନର ମୁଖ୍ୟ ସୁଧିର କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ ।


