ବିଶ୍ଵ ଆଦିବାସୀ ଦିବସ ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଅଖିଳ ଭାରତୀୟ ଅନୁସୂଚିତ ଜାତି ଓ ଜନଜାତି ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ ( ସେବାସ୍ତମ୍ବ) ମଯୁରଭଞ୍ଜ ଶାଖା ରାଇରଙ୍ଗପୁର ତରଫରୁ ବିଶ୍ଵ ଆଦିବାସୀ ଦିବସ ଆଯୋଜିତ ହୋଇଯାଇଛି ।ଜିଲ୍ଲା ଉପଦେଷ୍ଟା ମୋଚିରାମ ମାଝୀ ଙ୍କ ମାର୍ଗଦର୍ଶନ ରେ ଆଯୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜଗତ ମାଝୀ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ସେବାସ୍ତମ୍ବ ରାଷ୍ଟ୍ରୀୟ ସମ୍ପାଦକ ବିଜୟ କୁମାର ରାମ ଯୋଗଦେଇ ଏହି ଦିବସ ର ଉଦ୍ଦେଶ୍ୟ ଆଲୋକପାତ କରିଥିଲେ । ଜିଲ୍ଲା ସହ ସମ୍ପାଦକ ବିଭୁତି ଭୂଷଣ ପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦେଇ ବିଭିନ୍ନ ବିଷୟରେ ଚର୍ଚ୍ଚା କରିଥିଲେ ।ସାମାଜିକ ଦୂରତା ଓ ମାସ୍କ ର ବିଶେଷ ଧ୍ୟାନ ରଖାଯାଇଥିଲା ।ସଭା ଶେଷରେ ଜିଲ୍ଲା ଉପସଭାପତି ରାଜେଶ ରାମ ତାଙ୍କ ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ