ଅବହେଳାରୁ ଜୀବନ ଗଲା
ସମ୍ବଲପୁର, (ଓ୍ବାଇଏନ୍ଏସ୍) : ହାତୀ ର ସୁରକ୍ଷା ପାଇଁ ବୁଧୁବାର ଦିନ ବିଭିନ୍ନ ଜାଗାରେ ହସ୍ତୀ ଦିବସ ପାଳନ କରାଯାଇଥିଲା ଓ ଲୋକମଙ୍କୁ ହାତୀ ର ସୁରକ୍ଷା ପାଇଁ ସଚେତନ କରାଯାଇଥିଲା | କିନ୍ତୁ ଏହି ସମୟରେ ପୁଣି ଗୋଟିଏ ଦୁଃଖଦ ଖବର ଶୁଣିବାକୁ ମିଳିଛି | ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ କେଶାପାଲି ଗ୍ରାମ ନିକଟ ଦେଓଗାଁ ଜଙ୍ଗଲ ନଳା ନିକଟକୁ ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର କରାଯାଇଛି | ସୂଚନା ଅନୁଯାଇ ହାତୀ ର ବୟସ ଦେଢ଼ ବର୍ଷ ହୋଇ ଥିବା ବେଳେ କେଶାପାଲି ଗ୍ରାମରେ ଥିବା ହାତୀପଲ ସହିତ ବୁଲିବାର ଦେଖିବାକୁ ମିଳିଥିଲା | ଓ ଏହା ମଧ୍ୟ ସୂଚନା ମିଳିଛି ଯେ ଦୀର୍ଘ ୫ ଦିନ ହେବ ହାତୀ ଟି ବୋହୁ ପରିମାଣରେ ଅସୁସ୍ଥ ଅନୁଭବ କରୁଥିଲା | ତାର ପେଟରେ ଅଧିକ ଯନ୍ତ୍ରଣା ହେଉଥିବାରୁ ସେ ଚାଲି ପାରୁନଥିଲା | ହାତୀର ଏହିପରି ସ୍ତିତିକୁ ଦେଖି ସ୍ଥାନୀୟ ଲୋକମାନେ ବନବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ ମଧ୍ୟ ହାତୀ ଟିର କୌଣସି ଚିକିତ୍ସା କରାଯାଇ ନଥିଲା | ଓ ଶେଷରେ ହାତୀ ଟିର ଦେହାନ୍ତ ହୋଇଥିଲା | ସୂଚନା ପାଇବାପରେ ସମ୍ବଲପୁର ବନବିଭିଭାଗ ଆସି ହାତୀ ଟିର ମୃତ ଶରୀରକୁ ବ୍ୟବଛେଦ ପରେ ସେଠାରେ ହାତୀ ର ମୃତ ଶରୀରକୁ ପୋତି ଦିଆଗଲା | ଅନୁସନ୍ଧାନ ପରେ ଜଣାପଡିଲା ପେଟ ଜନିତ ରୋଗ ରୁ ହାତୀ ଟିର ମୃତୁ ହୋଇଛି |