ରାଇରଙ୍ଗପୁର ଷ୍ଟାଡିୟମ ପରିସରରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ୭୪ ତମ ବାମନଘାଟୀ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ବାମନଘାଟଘ ଉପଖଣ୍ଡ, ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା , ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ ପଟ୍ଟନାୟକ , ରାଇରଙ୍ଗପୁର ସର୍କଲ ଏସଡିପିଓ ସ୍ନେହାଶୀଷ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ମହାମାରୀ କରୋନା ସଂକ୍ରମଣ ରୋକିବା ନିମନ୍ତେ ସରକାରଙ୍କ କୋଭିଡ-୧୯ ନିୟମ ଅନୁପାଳନ ପୂର୍ବକ ଆଜିର ସ୍ବାଧୀନତା ଦିବସ ପାଳନ ହୋଇଥିଲା । ମାସ୍କପିନ୍ଧି ଓ ସାମାଜିକ ଦୂରତା ରଖି ଆଜିର ସ୍ବାଧୀନତା ଦିବସ ପାଳିତ ହୋଇଥିଲା ।ଏହି ଅବସରରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯାଇ ପେରେଡ ଅଭିବାଦନ ଗ୍ରହଣ କରିଥିଲେ ।ରାଜ୍ୟରେ କରୋନାର ସ୍ଥିତି ସଂପର୍କରେ ଓ କୋଭିଡ ଯୋଦ୍ଧା ମାନଙ୍କ ବଳିଦାନ କୁ ମନେ ପକାଇଥିଲେ । ପବିତ୍ର ପେରେଡ ଦିବସରେ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧା ସ୍ବାସ୍ଥ୍ୟ କର୍ମଚାରୀଙ୍କ ତରଫରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଅଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତ ଏବଂ ସଫେଇ କର୍ମଚାରୀଙ୍କ ତରଫରୁ ରାଇରଙ୍ଗପୁର ପୌର ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ରଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ