କରୋନାକୁ ହରାଇ ଜିତିଲେ ୮୦ବର୍ଷୀୟ ପୂର୍ବତନ ବିଧାନସଭା ବାଚସ୍ପତି

ଭୁବନେଶ୍ୱର ,(ଓ୍ବାଇଏନ୍ଏସ୍):କରୋନା ସହ ଲଢେଇରେ ଜିତିଲେ ୮୦ବର୍ଷୀୟ ତଥା ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା। ଗତ ୪ତାରିଖରେ ସେ ପଜିଟିଭି ଚିହ୍ନଟ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଶ୍ରୀ ଚିନ୍ତାମଣି ଦ୍ୟାନସାମନ୍ତରା ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ତାଙ୍କ ପୁତ୍ର ମନୋରଞ୍ଜନ ଦ୍ୟାନସାମନ୍ତରା ସୂଚନା ଦେଇଛନ୍ତି। ପରିଣତ ବୟସ ସତ୍ତ୍ୱେ ଦୃଢ଼ ମନୋବଳ ଯୋଗୁଁ ଶ୍ରୀ ଚିନ୍ତାମଣି ଦ୍ୟାନସାମନ୍ତରା କେବଳ ଯେ ନିଜେ ଆରୋଗ୍ୟ ଲାଭ କରିଛନ୍ତି ଏହା ନୁହଁ ବରଂ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ଆଦର୍ଶ ସାଜିଛନ୍ତି। ହସ୍ପିଟାଲରୁ ସୁସ୍ଥ ହେବା ପରେ କରୋନାକୁ ନେଇ ଭୟ ନକରି ବରଂ ଦୃଢ ମନୋବଳ ସହିତ ଲଢେଇ କଲେ କରୋନା ହାରିବ ଓ ମାନବ ସମାଜ ନିଶ୍ଚୟ ଜିତିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ