ନୂତନ ଉପଜିଲ୍ଲାପାଳଙ୍କୁ ଚିତ୍ରକରଙ୍କ ଫୋଟୋ ଭେଟି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଜିଲାପାଳ ଭାବେ ଶୁଭଙ୍କର ମହାପାତ୍ର ଯୋଗଦେବା ପରେ ତାଙ୍କୁ ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ଲଣ୍ଡାଗାଁ ଅଞ୍ଚଳର ଚିତ୍ରକର ପ୍ରମୋଦ ଦଣ୍ଡିଆ ଏକ ଚିତ୍ର ପ୍ରଦାନ କରିଛନ୍ତି। ଉକ୍ତ ଚିତ୍ରରେ ଶୁଭଙ୍କର ମହପାତ୍ରଙ୍କ ଛବି ଥିବା ବେଳେ ଏହାକୁ ଉପଜିଲାପାଳ ଅତି ଆନନ୍ଦର ସହିତ ଗ୍ରହଣ କରିଥିଲେ। ନିଜର ଅଙ୍କିତ ଚିତ୍ର ଦେଖି ଉପଜିଲାପାଳ ଖୁସି ବ୍ୟକ୍ତ କରିବା ସହିତ ଚିତ୍ରକରଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି।ପ୍ରକାଶ ଯେ, ଶୁଭଙ୍କର ମହପାତ୍ର ଜଣେ ଦକ୍ଷ ଆଇଏଏସ୍‍। ଗତ କିଛିଦିନ ହେଲା ସେ ଫୁଲବାଣୀରେ ପ୍ରବେସନାଲ୍ ଭାବେ ତାଲିମ୍‍ ନେଉଥିବା ବେଳେ ବାଲିଗୁଡ଼ା ଉପଜିଲାପାଳ ଭାବେ ତାଙ୍କୁ ପ୍ରଥମ ନିଯୁକ୍ତି ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ