ବ୍ରହ୍ମପୁରରେ ବିଜେଡିର ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟାଳୟର ନୂତନ କୋଠା ବ୍ରହ୍ମପୁର ସ୍ଥିତ ଭାବାନଗର ଛକ ନିକଟରେ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉ ଉପଟ୍ଟନାୟକଙ୍କ ବାସଭବନ ପାଖରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ଡଃ ପଟ୍ଟନାୟକ ପୌରହିତ କରିଥିବା ବେଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଲତା ସ୍ୱାଇଁ, କନ୍ଧମାଳ ଜିଲ୍ଲା ପ୍ରଭାରୀ ତଥା ବିଜେଡି ମହିଳା ନେତ୍ରୀ ଶ୍ରୀମତୀ ସଂଘମିତ୍ରା ଦଳେଇ, ଜିଲ୍ଲା ବିଜେଡିର ବରିଷ୍ଠ ନେତା ତଥା ମୋ ଓଡିଶା ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଗଞ୍ଜାମ ଜିଲ୍ଲା ସଂଯୋଜକ ସୁବାଷ ମହାରଣା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ମହାନଗର ସଭାପତି ବିଜୟ ସାମଲ, ବରିଷ୍ଠ ବିଜେଡି ନେତା ଭଗବାନ ଗନ୍ତାୟତ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପଣ୍ଡାଙ୍କ ସମେତ ବହୁ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ଓ କିଛି କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ଏହି ଉଦ୍‌ଘାଟନ ଉତ୍ସବ ପରେ ସମସ୍ତେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଚାଲିଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ରକ୍ତ ଦେବା ପାଇଁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ