କିନ୍ନରଙ୍କର ସ୍ୱାଧୀନତା ଦିବସ ପାଳନ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): କୋରନା ର ମହା ପ୍ରକୋପରେ ମଧ୍ୟ ଦେଶବାସୀଙ୍କ ମନରୁ ଦେଶ ପ୍ରତି ଭଲ ପାଇବା କମେଇ ପାରିନି କୋରନା ,ସବୁ ସରକାରୀ କ୍ଷେତ୍ର ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଲୋକମାନେ ଏହି ସ୍ୱାଧୀନତା ଦିବସକୁ ନୀରବତାର ସହ ପାଳନ କରିଛନ୍ତି | ସେହିପରି ବ୍ରହ୍ମପୁର ର ଲଭଲି କିନ୍ନର ତରଫରୁ ବିନି ଗୁରୁ ଉପସ୍ଥିତିରେ ସଭାପତି ଲଭଲି ମହାରଣା , ଉପସଭାପତି ବିନ୍ଧିଆ ବେହେରା ,ପ୍ରୀତି , ବାବୁଲା , ଆଇସା , ରଞ୍ଜିତା , ଯୋୟା ,ସଞ୍ଜନା , ସର ନାନୀ , ସମସ୍ତ ମେମ୍ବର ମାନେ ମିଶି ଏହି ସ୍ୱାଧୀନତା ଦିବସକୁ ପାଳନ କରିଥିଲେ | ଓ ପ୍ରଶାସନ ର ନିୟମନୁସାରେ ନୀରବତା ରକ୍ଷା କରି ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ଗାନ କରିଥିଲେ |ଏହା ସହ ସେମାନେ ବ୍ରହ୍ମପୁର ସହରର ତଳସ୍ଥରୀୟ ଲୋକମାନଙ୍କୁ ଯଥା- ବଡ଼ଖେମୁଣ୍ଡି ବାଉରୀସାହି ,ହରିଜନ ସାହି, ନୂଆବସଷ୍ଟାଣ୍ଡ କେନାଲ ସାହି ,କାମପାଲି କେନାଲ ସାହି ,ଓ ବହୁତ ଫୁତଫାତ ର ପାରିବ ବିକାଳୀ ମାନଙ୍କୁ କୋରନା ସଚେତନତାର ବାର୍ତ୍ତା ଦେବା ସହ ୩୦୦୦ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ |


