କୁକୁଡାଖଣ୍ଡି ତହସିଲଦାରଙ୍କର ମାନବିକତା
ବ୍ରହ୍ମପୁର ,(ଓ୍ବାଇଏନ୍ଏସ୍): କୋରନା ର ଏହି ପ୍ରକୋପରେ ପ୍ରତ୍ୟକଟି ବ୍ୟକ୍ତି ଲଢ଼ି ଚାଲିଛନ୍ତି ନିଜର ଯୁଦ୍ଧ, ଏହି ଯୁଦ୍ଧ କେବଳ ପ୍ରଶାସନର ନୁହେ ଏହି ଯୁଦ୍ଧ ଦେଶରେ ବାସ କରୁଥିବା ପ୍ରତ୍ୟକଟି ବ୍ୟକ୍ତିଙ୍କର , ବର୍ତ୍ତମାନ ର ଏହି ପରିସ୍ଥିତିରେ ବୋହୁ ଲୋକମାନେ ନିଜର ମହନୀୟତା ଦେଖାଇଛନ୍ତି | ପ୍ରତ୍ୟକ ପ୍ରତ୍ୟକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି | ସୂଚନା ଅନୁଯାୟୀ କୁକୁଡାଖଣ୍ଡି ତହସିଲଦାର ନିଜର ମାନବିକତା ଦେଖାଇ ଗୁରୁଣ୍ଠି ଶିବ ନିକଟରେ ଜଣେ ଅଜଣା ଗର୍ଭବତୀ ମହିଳା ରବିବାର ରାତି ପ୍ରାୟ ୧୦ ଟା ସମୟରେ ଗର୍ଭ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିବା ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ତହସିଲଦାର ଡ଼ଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଆଶା କର୍ମୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ନଗର ଚିକିତ୍ସାଳୟରେ ବର୍ତ୍ତୀ କରିବା ଶହ ସୁବିଧା ଅସୁବିଧା ପଚାରି ବୁଝିଥିଲେ ଓ ପୂର୍ବରୁ ମଧ୍ୟ ପଦରବାଲୀ ଗ୍ରାମର ଜଣେ କରୋନା ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇ ସାରା ଜିଲ୍ଲାରେ ବେଶ ପ୍ରଶଂସା ସାଉଁଟିଚନ୍ତି ଓ ତହସିଲଦାରଙ୍କ କାର୍ଯ୍ୟକୁ ଜନମାନସରେ ବେଶ ପ୍ରଶଂସା ମିଳିଛି |