ଲଘୁଚାପ ଜନିତ ବର୍ଷା ରେ ତିର୍ତ୍ତୋଲ ବେହାଲ

ତିର୍ତୋଲ, (ଅଭିଷେକ ତ୍ରିପାଠୀ ):ଲଘୁଚାପ ଚାପ ଜନିତ ବର୍ଷା ୩ଦିନ ହେବ ଲାଗିରହିଥିବା ବେଳେ ତିର୍ତ୍ତୋଲ ର ପ୍ରାୟ ତଳିଆ ଅଞ୍ଚଳ ଓ ଚାଷ ଜମିରେ ପାଣି ଲହଡା ମାରୁଥିବା ଦେଖିବାକୁ ମିଳୁଛି| ଜଳ ନିଷ୍କାସନ ପାଇଁ କୌଣସି ସୁବିଧା ନଥିବା ବେଳେ ରୁଆ ଧାନ ପଚିବାକୁ ବସିଲାଣି, ଚାଷ ଜମିକୁ ପାଣି ମାଡିବା ଓ ନିଷ୍କାସନ ପାଇଁ ସରକାର ଙ୍କ ପକ୍ଷରୁ ଡ୍ରେନଜେ ଓ କିଛି ଜାଗାରେ କାଡା ନାଳ ଖୋଳା ଯାଇଥିଲା କିନ୍ତୁ  ନାଳ ଗୁଡିକୁ କିଏ ନିଜ ଚାଷ ଜମିସହ ମିସେଇଛି ତ କିଏ  ଜମିରେ ମିଶାଇ ପାରିନି | ଅନ୍ୟ ପକ୍ଷରେ ମହାନଦୀରେ ଅଧିକ ପାଣି ଆସିବାରୁ ନଦୀକୂଳିଆ ପରିବା ଫସଲ ଯଥା ବାଇଗଣ, ଭେଣ୍ଡି, କଖାରୁ, ଝୁଡ଼ଙ୍ଗ କଲରା, ଜହ୍ନି ଆଦି ଅନେକ ପରିବା ଫସଲ କିଆରୀ ରେ ପାଣି ମାଡିଯାଇଥିବା ବେଳେ ବ୍ୟାପକ ଫସଲ ନଷ୍ଟ ହେଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ