ସେଲଫି ନେବା ବେଳେ ୨ଛାତ୍ର ମୃତ
ବରଗଡ଼,(ଓ୍ବାଇଏନ୍ଏସ୍) : ପାଇକମାଳ ଥାନା ନୃସିଂହନାଥ କପିଳଧାର ଝରଣରେ ସେଲଫି ନେବା ବେଳେଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣକର ମୃତ ଦେହ ଉଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କର ପାଣିର ସ୍ରୋତ ଓ ରାତି ହୋଇଯାଇଥିବାରୁ ଉଦ୍ଦାର ହୋଇ ପାରି ନାହିଁ ।ପ୍ରାପ୍ତ ସୂଚନା ଅନୁସାରେ ପାଇକମାଳ ଥାନା ଝିଟିକି ଗ୍ରାମର ତିନି ଜଣ କଲେଜ ଛାତ୍ର ନୃସିଂହନାଥ କପିଳଧାରକୁ ଯାଇଥିଲେ । କପିଳଧାର ଝରଣ ଉପରୁ ଠିଆ ହୋଇ ସେଲଫି ଫଟୋ ନେଉଥିବା ବେଳେ ଦୁଇଜଣ ତଳକୁ ଖସି ପଡିଥିଲେ । ଫଟୋ ଉଠାଉଥିବା ସାଙ୍ଗ ଘନଶ୍ୟମ ମହାକୁଡ ସେଠାରୁ ସଙ୍ଗେ ସଙ୍ଗେ ଅପରାହ୍ନ ସାଢେ ତିନିଟାରେ ପାଇକମାଳ ଥାନାକୁ ଆସି ଜଣାଇଥିଲା । ପାଇକମାଳ ଥାନା ଡିଏସପି ଦିନେଶ ନାୟକ, ଆଇଆଇସି ବିଶ୍ବଜିତ୍ ମନବୋଧ, ପାଇକମାଳ ଦମକଳବାହିନି ର କର୍ମଚାରୀମାନେ, ନୃସିଂହନାଥ ଜଙ୍ଗଲ ବିଭାଗର କର୍ମଚାରୀ, ମନ୍ଦିର କର୍ମଚାରୀ ମାନେ ଘଟଣା ସ୍ଥଳେ ପହଞ୍ଚି ଝିଟିକି କ୍ଷିରୋଦ ସୋନି(୨୦) ର ମୃତ ଦେହ ଉଦ୍ଦାର କରିଥିଲେ । ପାଣିର ସ୍ରୋତରେ ଥିବା ଅନ୍ୟ ଜଣେ ବିଜୟ ମହାକୁଡ(୧୮)ର ମୃତ ଦେହ ଉଦ୍ଦାର ହୋଇ ପାରି ନାହିଁ।


