ଦୁଇ ବାଇକ୍ ଚାଳକ ଗୁରୁତର
ରାଇରଙ୍ଗପୁର , (ଅକ୍ଷୟ କୁମାର ବିଶ୍ୱାଳ ): ବାଇକ୍ କୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀ ଗୁରୁତର । ସୂଚନାଯୋଗ୍ୟ ରାତି ପାହିଲେ ଅଗ୍ରପୂଜ୍ୟ ଗଜାନନାଙ୍କ ପୂଜା । ସେଥିପାଇଁ ରାଇରଙ୍ଗପୁର ସହର ଚଳ ଚଞ୍ଚଳ। ପୂଜା ସାମଗ୍ରୀ କିଣିବା ପାଇଁ ସହର ଗହଳି ପୁର୍ଣ ଥିଲା । ଶୁକ୍ରବାର ପୂର୍ବାହ୍ନ ୧୦.୩୦ ପାଖାପାଖି ସମୟରେ ରାଇରଙ୍ଗପୁର ବଜାର ନିଶାମଣି ଲଜ୍ ପାଖରେ ମୁଖ୍ୟ ରାସ୍ତାରେ ପୁରୁଣା ପାଣି ଗାଁ ର ଧନେଶ୍ଵର ମହାନ୍ତ ପାଖ ପେଟ୍ରୋଲ ପମ୍ପକୁ ନିଜ ବାଇକରେ ପେଟ୍ରୋଲ ପକାଇବା ପାଇଁ ରାସ୍ତା ପାର ହେଉଥିବା ବେଳେ ମୁଖ୍ୟ ରାସ୍ତାରେ ଜଣେ ଅଜଣା ବାଇକ୍ ଚାଳକ ଆସି ପିଟି ହୋଇ ଯାଇଥିଲେ । ଉଭୟ ରାସ୍ତା ରେ ଛିଟିକି ପଡ଼ିଥିଲେ । ଅଜଣା ବାଇକ୍ ଚାଳକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବାଇକ୍ ଓଡ଼ିଆ ୧୧ଏଫ୍ ୪୫୩୧ ଏବଂ ସାର ୧୧ଇ୧୪୧୪ ଜବତ କରି ଥାନାକୁ ନେଇ ଯିବା ସହ ଦୁଇ ଗୁରୁତରଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛି ।ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଅଜଣା ବାଇକ୍ ଚାଳକର ଚେତା ଫେରି ନାହିଁ । ପରିସ୍ଥିତି ଗୁରୁତର ଯୋଗୁଁ ସେମାନଙ୍କୁ ବାରିପଦା ପଣ୍ତିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ରେଫର କରାଯାଇଛି ।


