ନିଦା ବିଷ୍ଣୁ ବିଦ୍ୟୁତ ବିଭାଗ
ଗୁମା,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ପଞ୍ଚୟତ ରେ ଦୀର୍ଘ ଦିନ ଧରି ବିଦ୍ୟୁତ ର ସମସ୍ୟା ଦେଖା ଦେବାରେ ଲାଗିଛି ଗ୍ରାମରେ କୌଣସି ବିଦ୍ୟୁତ ବିଭାଗ କର୍ମଚାରୀ ରହୁ ନ ଥିବା ଯୋଗୁ ବିଦ୍ୟୁତ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗ୍ରାମର ଲୋକମାନେ କହିବା ଅନୁସାରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ସମସ୍ୟା ଜାଗାକୁ ନ ଆସି ଗ୍ରାମର କେତେକ ଲୋକମାନଙ୍କୁ କିଛ ଟଙ୍କା ପଠାଉଥିବା ଜଣା ପଡ଼ିଛି। ଦୁଇ ବର୍ଷ ରେ ଦୁଇ ଜଣ ନିରୀହ ବ୍ୟକ୍ତି ବିଦ୍ୟୁତ କାମ କରିବାକୁ ଯାଇ ନିଜ ଜୀବନ ହରାଇଛନ୍ତି ଏବଂ ଏକ ଗାଈ ବିଦ୍ୟୁତ ତାର ଲାଗି ମରିଛି । ଗାଇବା ଗ୍ରାମରେ ଏ ଭଳି ସମସ୍ୟା ଦେଖା ଯାଉଛି, କିନ୍ତୁ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ବେଖାତିର ହୋଇ ରହୁଛନ୍ତି | ତାର କୁ ତାର ଲାଗି ମୁଖ୍ୟ ରାସ୍ତା ରେ ନିଆଁ ଲାଗୁଚି କିନ୍ତୁ ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କୁ ଅଭିଯୋଗ ଦେଇ ଏକ ସପ୍ତାହ ବିତିଗଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାଁନ୍ତି। କେ ଜାଣେ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ଗାଇବା ଗ୍ରାମରେ କୌଣସି ବଡ଼ ଦୁର୍ଘଟଣା ର ଅପେକ୍ଷାରେ ବୋଧେ ରହିଛନ୍ତି|