ଜନଶୂନ୍ୟ ପୂଜାପୀଠ ଦୁଃଖରେ ଭକ୍ତ
ମୋହନା ,(ଅଂଶୁମାନ ପଣ୍ଡା): ଅଗ୍ରପୂଜ୍ୟ ଶ୍ରୀ ଗଜାନନ,ଗଣେଶ ପୁଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ , ପ୍ରତି ବର୍ଷ ସାହି ଗଳିରେ ଧୁମ ଧାମ ରେ ପାଳନ ହେଉଥିବା ଗଣେଶ ପୂଜା , ଏ ବର୍ଷ କିନ୍ତୁ ସବୁ ଫିକା ପଡିଛି | ସାହି ଗଳି କନ୍ଦିରେ ସୁ ଉଚ୍ଚ ତ୍ବରଣ ସହ ବିଭିନ୍ନ ଗୀତ ସହ ଭକ୍ତ ମାନଙ୍କର ଯାତାୟତରେ ଉଛୁଳି ପଡୁଥିଲା ଗଜାନନଙ୍କ ପୀଠ , ଏ ବର୍ଷ ମହାମାରୀ କୋରନା ର କରାଳ ରୂପ ସବୁ କିଛିକୁ ଧୂଳିସାତ କରିଦେଇଛି | ପ୍ରତି ବର୍ଷ ପରି ନା ଅଛି ଭକ୍ତ ଙ୍କ ଗହଳି ନା ଅଛି ପୂଜା ମଣ୍ଡପ, ଚତୁର୍ଦିଗ ଜଣ ଶୂନ୍ୟ ଓ ଖା ଖା , ମହାମାରୀ ର ଏହି କରାଳ ରୂପ ସାମ୍ନାରେ ବାଦ ପଡ଼ିନାହାନ୍ତି ଶ୍ରୀ ଗଣେଶ , ପ୍ରତି ବର୍ଷ ଶିକ୍ଷାନୁଷ୍ଠାନ ଗୁଡିକରେ ଶ୍ରୀ ଗଜାନନ ଙ୍କର ପୂଜା ଖୁବ ଧୁମ ଧାମ ରେ ପାଳନ କରାଯାଉଥିଲା | କିନ୍ତୁ ଏ ବର୍ଷ ବିଦ୍ୟାଳୟରେ ବିନା ଛାତ୍ର ଛାତ୍ରୀରେ ପାଳନ ହୋଉଛି ଗଣେଶ ପୂଜା ,ନା ଅଛି ମନରେ ସେ ଉତ୍ସାହ ନା ଅଛି ମନରେ ଆଗ୍ରହ , ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଗଣେଶ ପୂଜା କୁ ଅତି ଆଗ୍ରହର ସହ ଅପେକ୍ଷା କରିଥାନ୍ତି , କେବେ ପୂଜା ଆରମ୍ଭ ହେବ ଓ ସେମାନେ ପୂଜାର ଭରପୁର ମଜା ଉଠାଇବା ସହ ଶ୍ରୀ ଗଣେଷଙ୍କ ଠାରୁ ଆଶ୍ରିବାଦ ପାଇବେ | କିନ୍ତୁ ଏ ବର୍ଷ ଆଶ୍ରିବାଦ ତ ଦୂରର କଥା ଭକ୍ତ ମାନେ ଭଗବାଙ୍କର ଦର୍ଶନ ଟିକିଏ ମଧ୍ୟ ପାଇପାରିଲେ ନାହିଁ , ମହାମାରୀ ଲୋକମାନଙ୍କ ପାଇ ଏକ ଏପରି ପରିସ୍ଥିତି ସୃଷ୍ଟି କରିଦେଇଛି ଲୋକମାନେ ଚାହିଁଲେ ମଧ୍ୟ ଏହି ବିପଦର ସାମ୍ମନା ନିଜେ କରିବାକୁ ସମର୍ଥ ହୋଇପାରୁନାହାନ୍ତି | ଏ ଦୁଃଖର ପରିସ୍ଥିତିରେ ମଧ୍ୟ ଲୋକମାନେ କୋରନା ସାମ୍ମନାରେ ହାର ମାନି ନାହାନ୍ତି , ଭକ୍ତମାନେ ନିଜର ଭକ୍ତି ସହ ନିଜ ଘରେ ରହି ପ୍ରଭୁ ଶ୍ରୀ ଗଣେଶ ଙ୍କର ପୂଜା କରିବା ସହ ଏହି ବିପଦରୁ ପ୍ରଭୁ ଲୋକମାନଙ୍କୁ ମୁକ୍ତ କରିବା ପାଇ ଆକୁଳ ପ୍ରାର୍ଥନା କରିଛନ୍ତି |


