ପ୍ରଥମ କୋରନା ଯୋଦ୍ଧା ଡାକ୍ତରଙ୍କ ପ୍ଲଜମା ଦାନ

ପାରଳଖେମୁଣ୍ଡି,( ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ର ସଦର ମହକୁମା ମୋହନା ଠାରେ ଥିବା ସି.ଏଚ୍.ସି ରେ କାର୍ଯ୍ୟ ରତ ଯୁବ ଡାକ୍ତର ଏମ୍. ଶିବରାମ କାଳିଆପଟା ଠାରେ ଥିବା କୋଭିଡ କେର ସେଣ୍ଟର ର ଦ୍ୱାୟିତ୍ୟ ରେ କୋଭିଡ୍ ସମ୍ବନ୍ଧୀୟ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆସୁଥିଲେ | କିନ୍ତୁ ଭାଗ୍ୟର ବିଡମ୍ବନା ଡାକ୍ତର ଏମ୍ ଶିବରାମ ମଧ୍ୟ କୋରନା ରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ | କୋରନାରୁ ସୁସ୍ଥ ହୋଇ ଫେରିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ଲାଜମା ଦାନ କରିବା ପାଇଁ କୋରନା ଯୋଦ୍ଧା ମାନଙ୍କୁ ଯେଉଁ ଆହ୍ବାନ ଦେଇଥଲେ ତାକୁ ଆଧାର କରି ଗଜପତି ଜିଲ୍ଲାର ପ୍ରଥମ କୋରନା ଯୋଦ୍ଧା ଭାବେ ବ୍ରହ୍ମପୁର ସ୍ଥିତ ଏମ୍ କେ ସି ଜି ବ୍ଲଡବେଙ୍କ ରେ ପ୍ଲାଜମା ଦାନ କରିଥିଲେ l ଯେଉଁ ମାନେ କୋରନାରୁ ସୁସ୍ଥ ହୋଇ ଫେରିଛନ୍ତି ସେମାନେ ମଧ୍ୟ ପ୍ଲାଜମl ଦାନ କରିବା ପାଇଁ ଡ: ଶିବରାମ ଅନୁରୋଧ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ