ତୁହାକୁ ତୁହା ବର୍ଷା ରେ ବେହାଲ ଜଗତସିଂହପୁର ଜିଲ୍ଲା

ତିର୍ତୋଲ, ( ଅଭିଷେକ ତ୍ରିପାଠୀ ) :ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ ର ବିକଟାଳ ବର୍ଷା ରେ ବେହାଲ ସାରା ଜଗତସିଂହପୁର ଜିଲ୍ଲା l ଲଗାଣ ବର୍ଷା ରେ ସବୁ କିଛି ବନ୍ଦ ହୋଇଯାଇଥିବା ବେଳେ ଚାଷୀ ଙ୍କ ମନରେ ଘାରିଛି ଧାନ ଫସଲ ଉଜୁଡ଼ିବା ର ଭୟ l ଗତ ୨ ସପ୍ତାହ ହେବ ଲଗାଣ ଲଘୁଚାପ ବର୍ଷା ରେ ଧାନ ବିଲରେ ପାଣି ଉବୁଟୁବୁ ହେଉଥିବା ବେଳେ ଜିଲ୍ଲା ର ଅନେକ ବ୍ଲକ ମଧ୍ୟରୁ ତିର୍ତୋଲ, ରଘୁନାଥପୁର, ବିରିଡି, ନାଉଗାଁ, ଏରସମା, କୁଜଙ୍ଗ, ଜଗତସିଂହପୁର, ବାଲିକୁଦା ଆଦି ୮ ଟି ବ୍ଲକ ର ଅନେକ ପଞ୍ଚାୟତ ଜର୍ଜରିତ | ତିର୍ତୋଲ ବ୍ଲକ ର ପଟିଲୋ, କଟରା, କନକପୁର, ତେନ୍ତୁଳିପଦା , ଆଂବେରି, ତରଜଙ୍ଗl, ଗୋପାଳପୁର (ସ ), ଆଦି ଅନେକ ଅଂଚଳରେ ବର୍ଷା ଜଳ ଚାଷ ଜମିରେ ଲହଡି ମାଡୁଚି l ନଳିବର ଠାରୁ ଏରସମା ଜଟାଧାର ମୁହାଣ ପର୍ଯ୍ୟନ୍ତ ଅନେକ ସ୍ଥାନରେ ହଂସୁଆ ନଦୀ ବନ୍ଧ ଭାଙ୍ଗି ଯାଇ ଥିବାରୁ ନଦୀର  ଜଳ ଧାନ ଜମି ରେ ମାଡିଯାଇଛି l ସେପଟେ ଜଟାଧାରୀ ମୁହାଣରେ ଏରସମା ର ମସ୍ୟ ଯିବି ପରିବାର ଆଡ ବନ୍ଧ ପକେଇ ମାଛ ମାରିବାରେ ବେସ୍ତ  , ଏପଟେ ହଂସୁଆରୁ ଜଳ ନିଷ୍କାସନ ହୋଇ ନପାରି ଚାଷୀ ଉପାୟ ଶୂନ୍ୟ |ସରକାରୀ ସୂଚନା ଅନୁଯାୟୀ ୮୬ ହଜାର ହେକ୍ଟର ଚାଷ ଜମି ରହିଥିବା ବେଳେ ୧ ଲକ୍ଷ ୨୨ ହଜାର ଚାଷୀ ଧାନ ଚାଷ କରିଛନ୍ତି ହେଲେ ଚଳିତ ବର୍ଷ ଧାନ ଚାଷ ଆରମ୍ଭ ରୁ ଖାଲି ସମସ୍ୟା ହିଁ ସମସ୍ୟା ଭୋଗୁଛନ୍ତି ଚାଷୀ | ତେବେ ପଞ୍ଚାୟତ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଓ ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ l ବର୍ତମାନ ଚାଷୀଙ୍କ ଅଭିଯୋଗ ହଂସୁଆ ନଦୀର ଇଟାଙ୍ଗ ଠାରେ ଏକ ଡ୍ରେନଜ ବ୍ୟବସ୍ଥା କରାଯାଇଥାନ୍ତା ତେବେ ଆଜି ଏଭଳି ସ୍ଥିତି  ଦେଖିବାକୁ ମିଳିନଥାନ୍ତା l ତେବେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କିଛି ସ୍ଥାନ ବୁଲି ସ୍ଥିତି ପରଖୁଥିବାବେଳେ ଧାନ କ୍ଷେତରୁ ଜଳ ନିଷ୍କାସନ କରିବାକୁ ହେଲେ ଅନେକ ସ୍ଥାନରେ ଡ୍ରେନଜ କରିବାକୁ ପଡିବ ବୋଲି  ଚାଷୀମାନେ ଦାବି କରିଥିଲେ|  ପ୍ରଶାସନ କେବେ ଚାଷୀଙ୍କ ପାଇଁ ଉପଯୁକ୍ତ ନିଷ୍ପତି ନେଉଛି ତାହା ଦେଖିବାକୁ ବାକିରହିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ