ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସଂସଦର ତୃିତୀୟ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ହାଟଡ଼ିହି, : ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁର୍ବବର୍ଷ ଭଳି ଆଗାମି କୁମାର ପୁର୍ଣ୍ଣମୀ ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାସହ ସଂସଦର ସ୍ମରଣୀକା ‘ଯଶୱୀ’ ପ୍ରକାଶ ପାଇବ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତ୍ତତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯବା ପାଇଁ ନିଷ୍ପତି ହୋଇଥିଲା । ଯଶସ୍ୱୀ ପାଇଁ ଆସନ୍ତା ସେପ୍ଟେମ୍ବର ଦ୍ୱିତୀୟ ସପ୍ତା ମଧ୍ୟରେ ଲେଖା ପଠାଇବାକୁ ଅନୁରୋଧ କରାଯାଇଛି । ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଅକ୍ଷୟ କୁମାର ବେହେରା, ଉପଦ୍ଦେଷ୍ଟା ରତ୍ନାକର ଦାସ, ବାସୁଦେବ ନାୟକ, ଗଜେନ୍ଦ୍ର ସେଠୀ, ବାସୁଦେବ ଦାସ, ସୁବାସ ବେହେରା, ସନାତନ ଖଣ୍ଡାୟୀ, ଅଭୁଳ୍ୟ କୁମାର ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସାହିତ୍ୟକ ଓ କବିମାନେ ସେମାନଙ୍କ ଲେଖା ଗୁଡିକ ସମ୍ପାଦକ ଶ୍ରୀନିବାସ ସ୍ମୃତି ସଂସଦ, ଷଡଙ୍ଗ, କେନ୍ଦୁଝର ଠିକଣାରେ ପଠାଇବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ