ଗୁମ୍ମାରେ ଭତ୍ତା ଓ ଘର କାର୍ଯ୍ୟାଦେଶ ବଣ୍ଟନ
ପାରଳାଖେମୁଣ୍ଡି:(ତାରିଣୀ ପଣ୍ଡା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପରିସର ରେଌଦ୍ଭଭଗ୍ଦକ୍ଟ୍ର; ଆଜି ଭତ୍ତା ଓ ଘର କାର୍ୟ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏମ ପି ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ୨୦ ପଞ୍ଚାୟତ ରଌଦ୍ଭଭଗ୍ଦକ୍ଟ୍ର; ୮୫୪ଜଣ ହିତଧାରୀ ଙ୍କୁଌଦ୍ଭଭଗ୍ଦକ୍ଟ୍ର; ବିଭିନ୍ୟ ଭତ୍ତା ଓ ୪୦୦ ହିତଧାରୀ ଙ୍କୁ ଘର କାର୍ୟ୍ୟାଦେଶ ବଣ୍ଟନ କରିଥିଲେ । ଏଥିରେ ସମ୍ମାନୀୟ ଅତିଥି ଭାବେ ବିଧାୟକ କେ ନାରାୟଣ ରାଓ,ପିଡ଼ି ଡି ଆର ଡି ଏ ଚଞ୍ଚଲ ରାଣା,ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ,ଉପଧକ୍ଷ ଗୀତଞ୍ଜଳି ଭୁଆଁ, ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମ୍ମା,ସଭ୍ୟା ପ୍ରେମିକା ରଇତ,ବିଡ଼ିଓ ନଟବର ଗରଡ଼ ,ପରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣି ଦେବୀ,ସହକାରୀ ଯନ୍ତ୍ରୀ କୋଦଣ୍ଡ ପାଣିଗ୍ରାହୀ ଉପସ୍ଥିତ ରହି ଥିଲେ। ଉକ୍ତ କାର୍ୟ୍ୟକ୍ରମ କୁ ବ୍ଲକ ସାମାଜିକ ଅଧିକାରୀ ଏଲ ସନ୍ତୋଷ ପରିଚାଳନା କରିଥିବାବେଳେ ବ୍ଲକ ର ସମସ୍ତ ଅଧିକାରୀ ସହଯୋଗ କରିଥିଲେ। ଉକ୍ତ କାର୍ୟ୍ୟକ୍ରମ ପରେ ସେରଙ୍ଗ, ଗୁମ୍ମା ଓ ଗାଇବା ରାଜସ୍ୱ ନିରୀକ୍ଷକ ଙ୍କ କାର୍ୟ୍ୟଳୟ ଗୁଡିକ ଉଦଘାଟନ କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ଅତିରିକ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀ ମାନେ ଉପସିତ ରହିଥିଲେ ଆଜି ଏମପି ଙ୍କ ନିର୍ଵାଚନ ପରେ ପ୍ରଥମ ଗୁମ୍ମା ବ୍ଲକ ଗସ୍ତ ଥିବାରୁଌଦ୍ଭଭଗ୍ଦକ୍ଟ୍ର; ହାଟପଦା ଛକ ନିକଟରେ ବ୍ଲକ ସଭାପତି ଇନାଶ ଗମାଙ୍ଗ ଓ ସଂଖ୍ୟାଲଗୁ ସଂପ୍ରଦାୟ ର ବ୍ଲକ ସଭାପତି ସୁରେନ୍ଦ୍ର ପାଳ ନେତୃତ୍ୱ ରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଏକ ବିରାଟ ପଟୁଆର ରେ ଆଦିବାସୀ ନୃତ୍ୟ ପରିବେଷଣ କରି ବ୍ଲକ ପର୍ୟ୍ୟନ୍ତ ନେଇଥିଲେ। ଏଥିରେ ଜିଲ୍ଲା ସଭାପତି ପ୍ରଦୀପକୁମାର ନାୟକନଙ୍କ ସମସ୍ତେ ଜିଲ୍ଲା ଓ ବ୍ଲକ ର କର୍ମକର୍ତ୍ତା ଉପସିତ ରହିଥିଲେ।