ଓଷକଣା ପଂଚାୟତର ଡିଲରଙ୍କୁ ନିଲମ୍ବନ କରିବା ପାଇଁ ଅଭିଯୋଗ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଓଷକଣ ।ପଂଚାୟତର ଡିଲର ଙ୍କୁ ଡିଲର କାର୍ଯ୍ୟ ରୁ ନିଲମ୍ବନ କରିବା ପାଇଁ ପଂଚାୟତର ସମିତି ସଭ୍ୟା ଜୟନ୍ତୀ ଭୋଇ,କାର୍ଡଧାରୀ ସୂର୍ଯ୍ୟକାନ୍ତ ଭୋଇ, ରଶ୍ମିତା ସ୍ୱାଇଁ,ସାଧୁ କାଣ୍ଡି,ଶଶୀରେଖା କାଣ୍ଡୀ, ନିରଞନ କାଣ୍ଡୀ ନିହାର ରଂଜନ କାଣ୍ଡୀ ୪୦ଜଣ ସ୍ୱାକ୍ଷରିତ ଏକ ଅଭିଯୋଗ ପତ୍ର ବିଡିଓ ରଶ୍ମିରେଖା ମଲିକଙ୍କୁ ଶନିବାର ପ୍ରଦାନ କରିଛନ୍ତି । ଏହାର ନକଲ କପି ସଚିବ ରାଜ୍ୟ ଯୋଗାଣ ବିଭାଗ, ଜିଲାପାଳ ଜଗତସିଂହପୁର, ଜିଲା ଯୋଗାଣ ଅଧିକାରୀ ,ଜଗତସିଂହପୁରଙ୍କ ଅବଗତି ନିମନ୍ତେ ପଠାଯାଇଛି । ଅଭିଯୋଗ ମୁତାବକ ୃଉକ୍ତ ପଂଚାୟତରେ ଖାଉଟି ସାମଗ୍ରୀ ବଂଟନ କରୁଥିବା ଜୈନିକ ଡିଲର ଜଣେ ଗୁଣ୍ଡା ଶ୍ରୈଣିର ଅଟେ । ପ୍ରତି ଥର ସାମଗ୍ରୀ ବଂଟନ କରିବା ସମୟରେ ସେ ଆମ ଗରିବ ଲୋକ ମାନଙ୍କୁ ହଇରାଣ କରିବା ସହିତ କମ ସାମଗ୍ରୀ ବଂଟନ କରିଥାଏ । ଆମେମାନେ ଏହାର ପ୍ରତିବାଦ କରିବାରୁ ଆମ ମାନଙ୍କ କାର୍ଡ କାଟି ଦେବାକୁ ଧମକ ଦେଇଥାଏ । କିଛି ଦିନ ତଳେ ସମିତି ସଭ୍ୟା ଏହାର ପ୍ରତିବାଦ କରିବାରୁ ଜୈନିକ ଡିଲର ସମିତି ସଭ୍ୟା ଜୟନ୍ତୀ ଭୋଇକୁ ଆକ୍ରମଣ କରିଥିଲା । ଯାହାକୁ ନେଇ ଥାନାରେ ୩୯/୨୦ରେ ମାମଲା ରୁଜୁ କରାଯାଇଛି । ଜୁଲାଇ ୨୪ ତାରିଖରେ କାକଟପୁର ପୋଲିସ ପକ୍ଷରୁ ଭଣ୍ଡିସାହି ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା । ଏହି ଦିନ ଉକ୍ତ ଡିଲର ଶିଖରଘାଟ ସେତୁ ନିକଟରେ ପୋଲିସଙ୍କୁ କିଛି ଦୁବୃତ ଆକ୍ରମଣ କରିଥିଲେ । ଉକ୍ତ ଘଟଣାରେ ଜୈନିକ ଡିଲର ସଂପୃକ୍ତ ଥିବା ଆମେ ଜାଣିବାକୁ ପାଇଲୁ । ଗିରଫ ଭୟରେ ଉକ୍ତ ଡିଲର ଗାଁ ଛାଡି ବାହାରେ ଲୁଚି ରହିଛି । ତେଣୁ ଏପରିକି ଏକ ବ୍ୟକ୍ତିକୁ ଡିଲର କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ଅଭିଯୋଗରେ ଦର୍ସାଯାଇଛି । ଏ ବିଷୟରେ ବିଡିଓ ରଶ୍ମିରେଖା ମଲିକ ଙ୍କୁ ପଚାରିବାରେ – ଅଭିଯୋଗ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।