ଅଲ୍ ଇଣ୍ଡିଆ ଫରଓ୍ବାଡ ବ୍ଲକର ପଞ୍ଚାୟତସ୍ତରୀୟ କମିଟି ଗଠନ

କୋଦଳା , (ଯୁଗାବ୍ଦ ନ୍ୟୁଜ):କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡ଼ା ବ୍ଳକର ସାନ ଉସ୍ତାପଡା ପଞ୍ଚାୟତ ଠାରେ ଅଲ୍ ଇଣ୍ଡିଆ ଫରଓ୍ବାଡ ବ୍ଲକର ପଞ୍ଚାୟତ ସ୍ତରୀୟ ଏକ ପରିବର୍ଧିତ କର୍ମୀ ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଯୋଗେନ୍ଦ୍ର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫରଓ୍ବାଡ ବ୍ଲକ ଗଂଜାମ ଜିଲ୍ଲା ସଂପାଦକ ସମରଜିତ୍ ମହାନ୍ତି ଯୋଗଦେଇ ଶାଖାର ନୂତନ କମିଟି ଗଠନ କରିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଗଂଜାମ ଜିଲ୍ଲାରେ ଚାଷୀଙ୍କ ସମସ୍ଯା, ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ସମସ୍ଯା, ଜଳସେଚନ, ସ୍ବଚ୍ଛ ଭାରତ ଓ ସାନ ଉସ୍ତାପଡା ପଞ୍ଚାୟତରେ ହୋଇଥିବା ବୃକ୍ଷ ରୋପଣ, ମନରେଗା ରେ ଦୁର୍ନୀତି ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ପଞ୍ଚାୟତରେ କୃଷକ ରୁଣ, ଭତ୍ତା, ଆବାସ ଗୃହ ଦୁର୍ନୀତି ପାନୀୟଜଳ ଯୋଗାଣରେ ଅନିୟମିତତା, ପାଇଖାନା ନିର୍ମାଣ, ଧାନମଣ୍ଡି ସମ୍ପର୍କରେ ଆଲୋଚନା ହେବା ସହିତ ସାନ ଉସ୍ତାପଡା ପଞ୍ଚାୟତରେ  କଲ୍ଯାଣ ମଣ୍ଡପ, ପାଠାଗାର ଭଳି ସାମୁହିକ ବିକାଶ ପ୍ରତି ଗୁରୁତ୍ବ ଦିଆଯିବାକୁ ଦାବି ହୋଇଥିଲା ।  ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ନେତା ସୁଶାନ୍ତ କୁମାର ପଟ୍ଟନାୟକ, ମୁନା ନାୟକ, ନୃସିଂହନାଥ ସ୍ବାଇଁ ଯୋଗ ଦେଇ  ନିଜ ନିଜର ବକ୍ତବ୍ୟ ରଖିଥିଲେ।ଅଲ୍ ଇଣ୍ଡିଆ ଫରଓ୍ବାଡ ବ୍ଲକ ପକ୍ଷରୁ ସାନ ଉସ୍ତାପଡା ପଞ୍ଚାୟତ ପାଇଁ ନୂତନ କମିଟି ଗଠନ ହୋଇଥିବା ବେଳେ ଯୋଗେନ୍ଦ୍ର ସ୍ବାଇଁ ସଭାପତି, ଉପ ସଭାନେତ୍ରୀ ସୁନ୍ଦରୀ ଯେନା, ସଂପାଦିକା କ୍ରିଷ୍ଣା ପଲାଇ, ସହ ସମ୍ପାଦକ ବଂଶୀଧର ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ ବଂଶୀ ପଲାଇକୁଂ ମନୋନୀତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ