୨୮ରେ ୭୩ ଜଣ ଅବସରପ୍ରାପ୍ତ ମେଡିକାଲ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ବ୍ରହ୍ମପୁର ଶାଖା ପକ୍ଷରୁ ଚଳିତ ମାସ ୨୮ ତାରିଖ ପୂର୍ବାହ୍ନ ୧୧ଟାରେ ସଂଘ କାର୍ଯ୍ୟାଳୟ ବିଶ୍ୱନାଥ ପଣ୍ଡିତ ଭବନ ସମ୍ମୁଖରେ ଇତିମଧ୍ୟରେ ଅବସର ଗ୍ରହଣ କରିଥିବା ୭୩ ଜଣ ମେଡିକାଲ ଗ୍ରୁପ ଡି କର୍ମଚାରୀଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଶୁକ୍ରବାର ସଂଘର ସାଧାରଣ ପରିଷଦ ବୈଠକ ଉପଦେଷ୍ଟା ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯିବା ସହ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ନବ ନିର୍ବାଚିତ ସାଂସଦ ଚନ୍ଦ୍ରଶେଖର ସାହୁ, ଯୁବ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ସଂଗଠନର ଉପଦେଷ୍ଟା ରବି ରଥଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ କଲେଜର ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ରାଧାମାଧବ ତ୍ରିପାଠୀ, ମେଡିକାଲ କଲେଜ ହସ୍ପିଟାଲ ଅଧୀକ୍ଷକ ପ୍ରଫେସର ଚରଣ ପଣ୍ଡା, ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ପୂର୍ବତନ ବିଧାୟକ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଗଞ୍ଜାମ ସିକୁ୍ୟରିଟି ସର୍ଭିସ୍‌ର ପରିଚାଳନା ନିର୍ଦ୍ଦେଶକ ଟୁନା ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠନର ଉପସଭାପତି ସୁକାନ୍ତ ମୁଖି ଅଧ୍ୟକ୍ଷତା କରିବେ । ଅବସରଗ୍ରହଣ କରିଥିବା ସମସ୍ତ କର୍ମଚାରୀଙ୍କ ସମେତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂଘ କାର୍ଯ୍ୟାଳୟ ଠାରେ ପହଞ୍ଚିବା ନେଇ ସମ୍ପାଦକ ଲାଲୁ ମୋହନ ବେହେରା ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ