ଦୁମାଡିହି ଛକ ଜଙ୍ଗଲରେ ବୟସ୍କଙ୍କ ମୃତଦେହକୁ ଉଦ୍ଧାର କଲା ରାଇରଙ୍ଗପୁର ପୋଲିସ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାରେ ଦିନକୁ ଦିନ ହତ୍ୟାକାଣ୍ଡ , ପାରିବାରିକ ହିଂସା,ଜମିଜମା ଗଣ୍ଡଗୋଳ ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ଯେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲ ଅନ୍ତର୍ଗତ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ଦୁମାଡିହି ଛକ ବୁଦା ମଧ୍ୟରେ ଏକ ବୟସ୍କଙ୍କ ମୃତଦେହକୁ ପୋଲିସ ଶୁକ୍ରବାର ସକାଳ ସମୟରେ ଉଦ୍ଧାର କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ଦୁମାଡିହି ଗ୍ରାମର ନିରଞ୍ଜନ ଗିରି (୫୫) ।ଗତ ୩-୦୯-୨୦୨୦ ସଂଧ୍ୟାରେ ଦୁମାଡିହି ହାଟକୁ ଆସି ଘରକୁ ଫେରି ନ ଥିଲେ ବୋଲି ମୃତକଙ୍କ ଭାଇ ବଳରାମ ଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏଥି ନେଇ ଥାନାରେ ଏକ ମାମଲା ୧୦୬/୨୦ ରୁଜୁ ହୋଇଛି । ଆଜି ସକାଳୁ ମୃତକଙ୍କୁ ବୁଦାମୂଳ ପଥର ପାରେ ମୁହଁ ମାଡି ପେଟେଇ ହୋଇ ପଡିଥିବା ଦେଖି କେହି ଥାନାକୁ ଖବର ଦେଇଥିଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତକଙ୍କୁ ପଞ୍ଚନାମା କରିବା ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି । ପୂର୍ବରୁ ଜମିବାଡ଼ି ଗଣ୍ଡଗୋଳକୁ ନେଇ ତିକ୍ତତା ଥିଲା ଏବଂ ଏଥିରେ ଦୁଇଜଣଙ୍କୁ ସନ୍ଦେହ କରାଯାଉଛି । ପୋଲିସ ଛାନଭିନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ