ୟୂରିଆ ସାର କଳାବଜାରୀ ଓ ଉଭାନ;କୃଷକ ସଂଘ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଅଦୃଶ୍ଯ ମହାମାରୀ କରୋନା ଆଜି ସମଗ୍ର ମାନବ ସମାଜର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି। ଦିର୍ଘ ୭ମାସରୁ ଉର୍ଦ୍ଧ୍ବ ଶ୍ରମିକ,କୃଷକ, ଖଟିଖିଆ,ଚାଷୀ ହାତ ବାନ୍ଧି ଘରେ ବସିଛନ୍ତି ।ବସି ଖାଇଲେ ନଈ ବାଲି ସରିଲା ଭଳି ଲୋକଙ୍କ ପାଖରେ ଯାହା ପଇସା ପତ୍ର ଥିଲା ସରିଗଲାଣି ।ଧାର ଉଧାର କରି ରଣ ଯନ୍ତାରେ ପଡିଛନ୍ତି ସର୍ବହରା ଜାତି।ଘରେ ରହି ଚାଷ କାମ କରିଛନ୍ତି । ଗୋଟାଏ ପକ୍ଷରେ କରୋନା ମହାମାରୀ ମାଡ଼ ତ ଅପରପକ୍ଷରେ ବନ୍ୟା ଦାଉ ସାଧୁଛି। ମୁଣ୍ଡରେ ଚାଷୀ ହାତମାରି ବସିଥିବା ବେଳେ କୃଷି ଅଫିସର-ରିଟେଲର ମଧୁ ଚନ୍ଦ୍ରିକା ଚାଷୀର ମେରୁ ହାଡ଼ ଭାଙ୍ଗି ଦେବାକୁ ବସିଛନ୍ତି ।ଆଶିନ୍ଯ ମାସ । ଏହିସମୟରେ ବିଲର ଧାନ ଖେତରେ ୟୁରିଆ ସାର ଦରକାର । କିନ୍ତୁ ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ବଜାରରେ ୟୁରିଆ ସାର ଉଭାନ ।ଲୋକେ ୟୁରିଆ ବସ୍ତେ ପାଇଁଁ ଡହଳ ବିକଳ ହେଉଛନ୍ତି ।ବଜାରରେ ଓ ଲ୍ଯାମ୍ପରେ ୟୂରିଆ ନାହଁ ।ୟୁରିଆ ବସ୍ତା ପ୍ରତି ସରକାରୀ ଧାର୍ଯ୍ଯ ଦର ୨୬୭ ଟଙ୍କା । କିନ୍ତୁ କଳାବଜାରୀ ଚାଲିଛି ୫୨୦ ରୁ ୬୦୦ ଟଙ୍କା ।ଯାହାକି ଜଣେ ଚାଷୀ ଦେଇ ପାରିବା ସମ୍ଭବ ନୁହେଁ । ଏହାକୁ ନେଇ ଚାଷୀମାନେ ଘୋର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଚାଷୀମାନେ କୃଷି ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ରିଟେଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ ।କୃଷି ଓ ଚାଷୀର ସମସ୍ୟାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ବାମନଘାଟୀ କୃଷକ ସଂଗଠନ ପାଦେ ଆଗେଇ ଆସିଛି ।ବାମଳଘାଟୀ କୃଷକ ସଂଗଠନ କର୍ମକର୍ତ୍ତା ଓ ଚାଷୀମାନେ ଧୂଳିଆ ସାରର ବଜାରରେ ଆବଶ୍ୟକତା ଉପଲବ୍ଧହେବା ଓ ସାର କଳାବଜାରୀ ଓ ତାଙ୍କ ସହିତ ଦୁର୍ନୀତି ଗ୍ରସ୍ତ କୃଷି କର୍ମଚାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।ବାମନଘାଟୀ କୃଷକ ସଂଘ ସଭାପତି ରାମଚନ୍ଦ୍ର ମୁର୍ମୁ, ସଂପାଦକ ଭଂଜ କିଶୋର ମହାନ୍ତି,ଜନକ ସିଂ, ଚନ୍ଦ୍ର ଶେଖର ମଣ୍ଡଳ,ମୋହନ ହାଁସଦା ପ୍ରମୁଖ ବହୁ ଚାଷୀ ଭାଇ ୟୁରିଆ କଳାବଜାର ବିରୋଧରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ