ଆଗାମୀ ଦିନରେ ପାରାଦୀପରେ ଗୋଷ୍ଟି ସଂକ୍ରମଣକୁ ଏଡାଇ ଦିଆଯିବନି

ପାରାଦୀପ,(ପିତବାସ ପ୍ରଧାନ): ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲି ଥିବା ବେଳେ ଜଗତସିଂହପୁର ଜିଲ୍ଲା ଏଥିରୁ ବାଦ ପଡିନି । ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ସଂକ୍ରମଣ ବଢିବା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। କୁଜଙ୍ଗ ଓ ପାରାଦୀପରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାରାଦୀପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୭ରେ ପହଞ୍ଚିଛି । ଇଫକୋରୁ ୩ ଜଣ ଡାକ୍ତର ସହ ୩୨ ଜଣ ସଂକ୍ରମିତ ହୋଇଥିବା ବେଳେ ଏହା ପାରାଦୀପ ଜନସାଧାରଣଙ୍କ ପାଇଁ ଚିନ୍ତା ବଢି ଯାଇଛି । ଇଫକୋର ଟାଉନସିପରେ ଚଳପ୍ରଚଳ କରିବା ଉପରେ କଟକଣା ଲଗାଯାଇ ଥିବା ବେଳେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ନିୟମକୁ କଡାକଡି କରାଯାଇଛି । କାରଖାନା ଭିତରକୁ ପ୍ରବେଶ କରୁଥିବା ସବୁ ବର୍ଗର ଲୋକମାନଙ୍କର ଥର୍ମାଲ ସ୍କିନିଂ କରାଯାଉଛି । ପାରାଦୀପର ବିଭିନ୍ନ ଶିଳ୍ପ ସଂସ୍ଥାରୁ ଅଧିକ ଆକ୍ରାନ୍ତ ହେଉଥିବା ଜିଲ୍ଲା ପ୍ରଶାସନ କହୁଥିବା ବେଳେ ଶିଳ୍ପ ସଂସ୍ଥାରେ କାମ କରୁଥିବା ଲୋକମାନେ ଆରାମରେ ପାରାଦୀପର ବିଭିନ୍ନ ଦୋକାନ ବଜାରରେ ଅନାୟସରେ ବୁଲାବୁଲି କରିବା ସହିତ ସ୍ଥାନୀୟ ଦୋକାନରୁ କିଣାକିଣି କରୁଛନ୍ତି। ସାମାଜିକ ଦୂରତା ଓ ମାସ୍କକୁ ସେମାେନ ଫୁ କରଛନ୍ତି । ପ୍ରଶାସନର ନିରବ ସିଥଳତା ଓ କୋଭିଡ ୧୯ ଆଇନକୁ ପାଳନ ନକରିବା ଆଦି ଆଗାମୀ ଦନରେ ପାରାଦୀପ ରେ ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଶିଳ୍ପସଂସ୍ଥାର କର୍ତୁପକ୍ଷଙ୍କୁ ସେମାନଙ୍କର କର୍ମଚାରୀ ଓ ଶ୍ରମିକ ମାନଙ୍କର କରୋନା ଟେଷ୍ଟ କରିବାକୁ କୁହାଯାଇଛି । ଯେତେ ଅଧିକ ଟେଷ୍ଟ କରିପାରିବା ସେତେ ଶୀଘ୍ର କରୋନା ସଂକ୍ରମଣକୁ ଆମେ କମାଇ ପାରିବା ବୋଲି ପାରାଦୀପର ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀର୍ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ