କେବେ ଖୋଲିବ ମନ୍ଦିର?
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ଦେଶରେ କାୟା ଆତଙ୍କ ସୃଷ୍ଟି କରିଥିଲା । ଏହାକୁ ପ୍ରତିହିତ କରିବା ଲାଗି ଉଭୟ ସରକାର ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲା । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା କନ୍ଧମାଳ ଜିଲ୍ଲାରେ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି । ସେପ୍ଟମ୍ବର ପହିଲାରୁ ସରକାର ଅନଲକ-୪ କାର୍ୟ୍ୟକାରୀ କରିଛନ୍ତି । ଏଭଳି ପରିସ୍ଥିିତିରେ ହୋଟେଲ, ବାର୍,ରେଷ୍ଟରେଣ୍ଟ ଖୋଲିବା ଲାଗି ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି । ହେଲେ ୫ମାସରୁ ଉର୍ଦ୍ଧ୍ୱ ଦିନ ଧରି ବନ୍ଦ ରହିଥିବା ସ୍ଥାନୀୟ ଟାଉନ ଓ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳ ଗୁଡ଼ିକର ମନ୍ଦିର ଗୁଡ଼ିକ ଖୋଲା ଯାଉନଥିବାରୁ ସ୍ଥାନୀୟ ଅଞ୍ଚଳର ଭକ୍ତ, ପୂଜାରୀ ଓ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ଯେଉଁ କୋଭିଡ଼ ନିୟମାବଳୀରେ ସେ ସବୁକୁ ଖୋଲିବାକୁ ଅନୁମତି ଦିଆଗଲା, ମନ୍ଦିର ଗୁଡିକୁ ଅନୁମତି ଦିଆଗଲା ନାହିଁ କାହିଁକି ବୋଲି ଏଠାରେ ପ୍ରଶ୍ନ ଉଠୁଛି କ୍ଷ ସ୍ଥାନୀୟ ଟାଉନ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ଶତାଧିକ ଛୋଟ ବଡ଼ ମନ୍ଦିର ରହିଛି । ମାର୍ଚ୍ଚ ମାସ ଶେଷ ସପ୍ତାହରୁ ମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି । ଏପରିକି ବିଭିନ୍ନ ପର୍ବପର୍ବାଣୀ ଓ ଯାନିଯାତ୍ରାକୁ ମଧ୍ୟ ବନ୍ଦ କରାଯାଇଛି । ଏଭଳି ପରିସ୍ଥିତିରେ ସେବାୟତ ମାନଙ୍କ ଆର୍ଥୀକ ସ୍ଥିତି ସମ୍ପୁର୍ଣ୍ଣ ଭାବେ ଦୋହଲିଯାଇଛି । ଭକ୍ତଙ୍କ ଦକ୍ଷିଣା ଉପରେ ପୂଜକ ମାନେ ନିର୍ଭର କରି ଆସୁଥିବା ବେଳେ ବର୍ତମାନ ସେମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ଏ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବାୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।


