ମହେନ୍ଦ୍ରଗିରି କଲେଜର ସଫଳତା+୨ କଳା ପରୀକ୍ଷାରେ ପାସ୍ ହାର ୬୭%
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ଠାରେ ଥିବା ମହେନ୍ଦ୍ରଗିରି କଲେଜରେ +୨ କଳା ପରୀକ୍ଷାରେ ବେଶ ସଫଳତା ମିଳିଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଏ ନେଇ ଶୁଭେଚ୍ଛା ଜଣାଇଲେ ଅଧ୍ୟକ୍ଷା ଏବଂ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ । ଏଠାରେ ଥିବା ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ +୨ କଳା ବିଭାଗରେ ମୋଟ ୨୩୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥି ମଧ୍ୟରୁ ୧୬୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୩ଜଣ, ଦ୍ୱିତୀୟ ଶ୍ରେଣୀରେ ୧୯ ଜଣ ଓ ତୃତୀୟ ଶ୍ରେଣରେ ୧୩୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଏକ୍ସ ରେଗୁଲାରରେ ୨୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥି ମଧ୍ୟରୁ ୧୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣରେ ୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୨ଜଣ ଓ ତୃତୀୟ ଶ୍ରେଣୀରେ ୧୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟ ଦର୍ଶନୀ ପଟ୍ଟନାୟକ ସୁଚନା ଦେଇଛନ୍ତି । ରେଗୁଲାରରେ ୬୭ ପ୍ରତିଶତ ପାସ ହାର ରହିଥିବାବେଳେ ଏକ୍ସରେଗୁଲାରରେ ୬୮ ପ୍ରତିଶ ପାସ ହାର ରହିଛି । ଏହି ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ପଟ୍ଟନାୟକଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ କଲେଜର କର୍ମଚାରୀମାନେ ଶୁଭେଚ୍ଛା ଜଣାଇବା ସହ ଉତ୍ତର ତର ଉନ୍ନତି କାମନା କରିଛନ୍ତି ।


