ବିଧବା ବୃଦ୍ଧାଙ୍କ ଅକୁହା କଥା: ଭତ୍ତା ଓ ରାସନ କାର୍ଡ ପାଇଁ ଦ୍ୱାର ପାଖରେ ଅପକ୍ଷୋ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନର ସରକାର ଲୋକଙ୍କ ସରକାର। ତେଣୁ କୌଣସି ମଧ୍ୟ ଯୋଗ୍ୟ ହିତାଧିକାରୀ କୌଣସି ଯୋଜନାରୁ ମଧ୍ୟ ଛାଡ଼ ପାଇବେ ନାହିଁ। ଯେ କୌଣସି ମୁହୁର୍ତ୍ତରେ ଘର ପାଖରେ ଯାଇ ପହଞ୍ଚିବ ଭତ୍ତା ଓ ରାସନ କାର୍ଡ଼। ଏଭଳି କିଛି ନାସ୍ତି ଶୁଣାଇଛନ୍ତି କିଛି କୁଜି ନେତା, ଜଣେ ୭୫ ବର୍ଷିୟ ବିଧବା ବୃଦ୍ଧାଙ୍କୁ। ତାହାଙ୍କ କଥାରେ ବିଶ୍ୱାସ କରି ଦିନର ପ୍ରାୟ ସମୟ ସେ କବାଟ ଖୋଲି ବାହାରେ ଅପେକ୍ଷା କରିଥାଉଛନ୍ତି। କେତେବେଳେ ବାବୁ ଆସିବେ ମୋର ଭତ୍ତା ଦେବେ ଓ ମୋର ରାସନ କାର୍ଡ଼ ଦେବେ ବୋଲି। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକର ଦାସିଙ୍ଗବାଡ଼ି ପଞ୍ଚାୟତର ଛଡ଼ାକିଆ ଗ୍ରାମରେ।ସରକାର ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ସତ୍ୱେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତିପାଇଁ କେତେକ ସରକାରୀ ଯୋଜନା ବାଟବଣା ହେଉଛି। ସରକାର ବୃଦ୍ଧ,ବୃଦ୍ଧା ଭିନ୍ନକ୍ଷମ ,ବିଧବା ମାନଙ୍କୁ ଭତ୍ତା ପ୍ରଦାନ କରି ଥଇଥାନ କରୁଥିବା ନେଇ ଧେଣ୍ଡୁରା ପିଟୁଥିବା ବେଳେ ସ୍ଥାନୀୟ ଅଧିକାରୀମାନଙ୍କ ଖାମଖିଆଲ ନୀତିଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା  ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାରି ଫଳରେ ନିର୍ଦ୍ଧାରିତ ବୟସ ପହଞ୍ଚିବାର ୧୫ବର୍ଷ ଏବଂ ସ୍ୱାମୀ ମୃତ୍ୟ ବରଣ କରିବାର ୧୦ବର୍ଷ ବିତିଯାଇଥିବା ସତ୍ୱେ ଜଣେ ବୃଦ୍ଧାଙ୍କୁ ଭତ୍ତା  ମିଳୁନଥିବା ବେଳେ ରାସନ କାର୍ଡ ମିଳିନଥିବାରୁ ଚାଉଳ ମଧ୍ୟ ମିଳୁନଥିବା ଜଣାପଡ଼ିଛି। ଛଡ଼ାକିଆ ଗ୍ରାମର ବୁତୁଲି ନାୟକ(୭୫)ଙ୍କ ସ୍ୱାମୀ ରାଜମଣି ନାୟକଙ୍କ ଗତ ୨୦୧୦ ମସିହାରେ ମୃତ୍ୟ ଘଟିଥିଲା। ସ୍ୱାମୀଙ୍କର ମୃତ୍ୟକୁ ୧୦ବର୍ଷ ପୁରିଲାଣି କିନ୍ତୁ ଆଜିପର୍ଯ୍ୟନ୍ତ ବୁତୁଲିଙ୍କୁ ବିଧବା ଭତ୍ତା  ପାଇବାରୁ ବଞ୍ଚିତହୋଇ ରହିଥିବା ଅଭିଯୋଗ ହେଉଛି। ଏପରିକି ତାଙ୍କ ସ୍ୱାମୀ ଜୀବିତ ଥିବା ବେଳେ ବୟସ ୬୫ବର୍ଷ ହୋଇଥିଲେ ସୁଦ୍ଧା ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା  ମଧ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି। ଏପରିକି ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରଙ୍କ ପକ୍ଷରୁ ଟଙ୍କିକିଆଚାଉଳ ଗଣ୍ଡେ ମଧ୍ୟ ବୁତୁଲିଙ୍କୁ ଆଜିପର୍ଯ୍ୟନ୍ତ ମିଳିନଥିବା ତାଙ୍କ ପୁଅ ସିଫ୍ରିଆନ ନାୟକ ପ୍ରକାଶ କରିଛନ୍ତି। ବୃଦ୍ଧାଜଣକ ମାସକୁ ମାସ ଭତ୍ତା ଟଙ୍କା ପାଇବା ପାଇଁ ବାରମ୍ବାର ବ୍ଲକ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହୋଇଗଲେଣି ହେଲେବି କୌଣସି ଫଳ ମିଳିନାହିଁ। ବର୍ତମାନ ବୁତୁଲି ନିଜ ପୁଅଙ୍କ ସାଥିରେ ରହୁଥିବା ବେଳେ ପୁଅ ମଧ୍ୟ ମା’ଙ୍କୁ କିପରି ଭତ୍ତା  ମିଳିବ ସେ ନେଇ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। କିନ୍ତୁ ଫଳ ଶୂନ। ତେବେ ଭୋଟର କାର୍ଡରେ ବୁତୁଲିଙ୍କ ବୟସ ଭତ୍ତା  ପାଇବା ପାଇଁ ଯୋଗ୍ୟ ହୋଇଥିବା ଏବଂ ବିଧବା ହେବା ସତ୍ୱେ ଭତ୍ତା ଓ ରାସନ କାର୍ଡ ନଥିବା ଯୋଗୁଁ କୌଣସି ଯୋଜନାରେ ସାମିଲ ହୋଇନଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ ଆଧାର କାର୍ଡ ନଥିବା ଯୋଗୁଁ ବୁତୁଲିଙ୍କୁ ଭତ୍ତା  ଓ ରାସନକାର୍ଡ ଦିଆଯାଉନଥିବା ପଞ୍ଚାୟତ ଅଧିକାରୀ ମାନେ କହୁଥିବା ପୁଅ ସିଫ୍ରିୟାନ କହିଛନ୍ତି।ଅନ୍ୟପକ୍ଷରେ ରାଜ୍ୟସରକାର ଆଧାର ନଥିଲେ ବି ଭତ୍ତା ଦିଆଯିବ କହୁଥିବା ବେଳେ ସ୍ୱାମୀଙ୍କର ମୃତ୍ୟ ର ୧୦ବର୍ଷ ବିତିଯିବା ପରେ ମଧ୍ୟ ଯୋଜନାରୁ ବଞ୍ଚିତ ରହିଥିବା ବେଳେ ଆଉ କେବେ ବୁତୁଲି ସରକାରଙ୍କ ଯୋଜନାରେ ସାମିଲ ହେବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କିଛି କୁଜିନେତାଙ୍କ କଥାରେ ବିଶ୍ୱାସ କରି ଏବେ ପ୍ରତ୍ୟେକ ଦିନ ବୃଦ୍ଧା ଜଣକ ଘର  ବାହାରେ ଅପେକ୍ଷା କରୁଥିବା ବେଳେ ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ବୁତୁଲିଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀ ମାନେ ପ୍ରଶାସନ ଏବଂ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ