ଶିବପାର୍ବତୀଙ୍କ ଉପରେ ତିଆରି ଚାଲିଛି ଅର୍ଦ୍ଧଗଣେଶ ମୂର୍ତ୍ତି

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଭଦ୍ରକ ଜିଲା ଆଗରପଡାସ୍ଥିତ ୱେଟ୍ ଚ୍ୟାଲେଞ୍ଜ ୟୁଥ୍ କ୍ଲବ ପକ୍ଷରୁ ତିଆରି ଚାଲିଛି ଶିବ ପାର୍ବତୀଙ୍କ ଉପରେ ଅର୍ଦ୍ଧଗଣେଶ୍ୱର ମୂର୍ତ୍ତି । କଳା ଶିକ୍ଷକ ପଦ୍ମନାଭ ସେଠୀଙ୍କ ଦ୍ୱାରା ଗହ୍ମା ପୂର୍ଣ୍ଣିମା ଠାରୁ ଏହି ମୂର୍ତ୍ତି ତିଆରି କାର୍ଯ୍ୟ ଚାଲିଥିବା ବେଳେ ଗଣେଶ ପୂଜା ପୂର୍ବଦିନ ଏହା ଶେଷ ହେବ ବୋଲି ଜଣାଯାଇଛି । ଏହି ମୂର୍ତ୍ତିରେ ଅଧାଶିବ ଓ ଅଧା ପାର୍ବତୀଙ୍କୁ ଦେଖବାକୁ ମିଳୁଛି । ସେହିପରି ମୂର୍ତ୍ତି ତଳେ ଥିବା ବାହନରେ ଅଧା ଷଣ୍ଢ ଓ ଅଧା ସିଂହ ରହିଛି । ଏହି ମୂର୍ତ୍ତି ତିଆରି କାର୍ଯ୍ୟରେ ସହଯୋଗୀ ଭାବେ ଟିକିରା ଗ୍ରାମର ଯୁକ୍ତ ଦୁଇ ବିଜ୍ଞାନ ପଢୁଥିବା ଛାତ୍ରୀ ବର୍ଷା ପାଢୀ ଓ ରବିନ୍ଦ୍ର ଖିଲାର ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ