ଦୁଇ ଗିରଫ ଗାଡ଼ି ସହ ୧୬୨୯ କେଜି ଗଞ୍ଜେଇଜବତ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଅଡବାଥାନା ପକ୍ଷରୁ ରାତ୍ର ପେଟ୍ରୋଲିଙ୍ଗ ବେଳେ ୧୬୨୯ କେଜି ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରିବା ସହ ଏକ ବୁଲେର ପିକାପ ଜବତ ହଇଛି ଗତ କାଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ ଦିନିକିଆ ମୋହନା ଓ ଅଡବା ଗସ୍ତରେ ଆସିଥିଲେ ଏସପି ଙ୍କ ନିର୍ଦେଶ କ୍ରମେ ଦୁଇଟି ଥାନା ଅଧିକାରୀ ଙ୍କ ଦ୍ଵାରା ଦିନ ରାତି ପେଟ୍ରୋଲିଙ୍ଗ ଜାରି ରହିଛି ଏହି ସମୟରେ ଏକ ଟିମ ଚୁଡ଼ଙ୍ଗପୁର କେଶରୀଗୁଡା ପଟେ ଗାଡ଼ି ଅଟକାଇ ଯାଞ୍ଚ କରୁଥିବା ବେଳେ ଏକ ବୁଲେର ପିକାପ ନଂ ଓଡ଼ି,୦୭ଏଡ଼ି ୧୯୧୩ କୁ ଯାଞ୍ଚ କରିଥିଲେ ସେଥିରେ ଗଞ୍ଜେଇ ବାହରିବାରୁ ଗାଡିକୁ ଅଟକାଇ ଥାନା ଅଧିକାରୀ ଙ୍କୁ ଖବର ଦେଇଥିଲେ ଘଟଣା ସ୍ଥଳେ ଏସ.ଡି.ପି.ଓ ଅନିଲ ପ୍ରଧାନ ବିଡ଼ିଓ ବଂଶୀଧର ଖୋସଲା ପହଞ୍ଚି ଉକ୍ତ ଗଞ୍ଜେଇକୁ ଏହାର ଓଜନ ୧୬୨୯ କେଜି ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ୍ୟ ହେବ ଏହା ସହ ଦୁଇଜଣ ବେପାରୀ ଧରମପୁର ଗାଁ ର ସନ୍ତୋଷ ସାହୁ ୨୮ ଅନ୍ୟ ଜଣେ କଂସାମାରି ଗାଁ ର ସାଇଦୁ ଦିଲସୁ ଦୋରା ୩୦କୁ ଗିରଫ କରାଯାଇଛି | ଉକ୍ତ ଗଞ୍ଜେଇ ଗଜପତି ଜିଲ୍ଲା ରୁ ବାହାର ରାଜ୍ୟକୁ ନେଉଥିବା ଥାନା ଅଧିକାରୀ ତପନ କୁମାର ପଟ୍ଟନାୟକ କହିଛନ୍ତି | ପ୍ରକାଶ ଥାଉକି ଅଡବାଅଞ୍ଚଳ ରେ ଧରା ଯାଉଥିବା ଗଞ୍ଜେଇ ବାହାରେ ବିକ୍ରି ହେଉଛି କିପରି ? ନା ଏଥିରେ ଉପରସ୍ତ ଅଧିକାରୀଙ୍କୁ ନେଇ ଖେଳ ହେଉଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି |


