ପେଷା ଶିକ୍ଷକତା ନିଶା ପଶୁପକ୍ଷୀଙ୍କୁ ଭଲ ପାଇବା
ବନ୍ତ,(ଚାନ୍ଦିନୀ ମହାନ୍ତି) : ପେସା ଶିକ୍ଷକତା, ନିଶା ପଶୁପକ୍ଷୀଙ୍କୁ ଭଲ ପାଇବା । ଏହିଭଳି ଜଣେ ଦରଦି ମଣିଷ ହେଉଛନ୍ତି ବନ୍ତ ବ୍ଲକ ପୁରୁଷଣ୍ଢ ପଞ୍ଚାୟତ ମୁଣ୍ଡଳୀ ଗ୍ରାମର ରବିନ୍ଦ୍ର କୁମାର ଯେନା । ସିନ୍ଧୁକେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ଦୈନନ୍ଦିନ ସକାଳ ସମୟରେ ପଶୁପକ୍ଷୀ ମାନେ ଖାଦ୍ୟ ଖାଇବା ପାଇଁ ତାଙ୍କ ଘର ନିକଟକୁ ଛୁଟି ଆସନ୍ତି । ଫଳ, ବିସ୍କୁଟ, ରୁଟି, ମୁଢି, ଚୂଡା ଆଦି ବିଭିନ୍ନ ଖାଦ୍ୟ ସେ ପଶୁପକ୍ଷୀ ମାନଙ୍କୁ ନିୟମିତ ଖାଇବାକୁ ଦେଇଥାନ୍ତି । ବିଶେଷକରି କୋଭିଡ୍-୧୯ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ ଦୀର୍ଘ ୬ ମାସ ଧରି ନିିରୀହ ପଶୁପକ୍ଷୀ ମାନଙ୍କ ଯତ୍ନ ନେଇ ସେ ଖୁବ୍ ଆତ୍ମସନ୍ତୋଷ ପାଇଛନ୍ତି । ଏହି କାର୍ଯ୍ୟକୁ ସେ ସବୁଦିନ ଜାରି ରଖିବେ ବୋଲି କହିଛନ୍ତି ।


