ଯଶିପୁର ବ୍ଲକ୍ ଦ୍ଵାରା ମନରେଗା ରେ ପୁଷ୍ଟି ବଗିଚା ଟ୍ରେନିଂ ଶିବିର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଯଶିପୁର ବ୍ଲକ୍ ର ଜାମୁକେଶ୍ୱର୍ ପଞ୍ଚାୟତ ରେ ମନରେଗା ତରଫରୁ ପୁଷ୍ଟି ବଗିଚାର ଟ୍ରେନିଂ ସରି ଯାଇଛି । ଏଥିରେ ଯଶିପୁର ବ୍ଲକ୍ ର ଟ୍ରେନିଂ ପ୍ରଦାନ ସଂସ୍ଥାର ପ୍ରଫେସନାଲ୍ ରୋଜାଲିନ ଦେହୁରୀ ଟ୍ରେନର ଭାବରେ ନିଜର ଭୂମିକା ସମ୍ପାଦନ କରିଥିବା ବେଳେ ଯଶିପୁର ବ୍ଲକ ର ବି.ପି.ଏମ୍ ମୋତିଲାଲ୍ ସାହୁ ଏହି ଯୋଜନା କୁ କାର୍ଯ୍ୟକାରୀ କରାଇଛନ୍ତି । ଯଶିପୁର ବ୍ଲକ୍ ର ସମସ୍ତ କନିଷ୍ଠ ଯନ୍ତ୍ରୀ ଏବଂ ଗ୍ରାମ ରୋଜଗାର ସେବକ ପ୍ରମୁଖ ଏହି ଶିବିର ରେ ଯୋଗଦାନ ଦେଇ ଏହି ପୁଷ୍ଟି ବଗିଚା ର କାମ କୁ କିପରି ସମସ୍ତ ୨୫୦୦ ଚାଷୀ ଙ୍କ ପାଖରେ ପହଞ୍ଚାଇ ପାରିବେ ସେଥି ପ୍ରତି ଗୁରୁତ୍ବ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଯଶିପୁର ବ୍ଲକ୍ ର ନୂତନ ଭାର ପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାଶିଷ ବରାଳ ଏହି ପୁଷ୍ଟି ବଗିଚା କାର୍ଯ୍ୟ କୁ ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କ ପାଖକୁ ପହଞ୍ଚାଇବା ପାଇଁ ସମସ୍ତ କନିଷ୍ଠ ଯନ୍ତ୍ରୀ, ଏ. ପି.ଓ ଏବଂ ବି. ପି.ଏମ୍ ମୋତିଲାଲ୍ ବାବୁଙ୍କ ସହ ଏକ ସୁସଂଗଠିତ ଯୋଜନା ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ପ୍ରଦାନ ସଂସ୍ଥା ର ରୋଜାଲିନ ଏକ ପରାମର୍ଶ ଦାତା ଭାବରେ ଏବଂ ଟ୍ରେନର ଭାବରେ ଯଥେଷ୍ଟ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।ଆଗାମୀ ଦିବସରେ କିପରି ସମସ୍ତ ଗରିବ ଚାଷୀ ନିଜ ପୁଷ୍ଟି ବଗିଚାରୁ ଯଥେଷ୍ଟ ପରିମାଣ ର ପନିପରିବା ଏବଂ କୁକୁଡ଼ା ଚାଷ କରି ଆବଶ୍ୟକୀୟ ଅଣ୍ଡା ଖାଇ ପାରିବେ ସେଥିପାଇଁ ପ୍ରଦାନ ସଂସ୍ଥା ଯଥୋଚିତ ପ୍ରୟାସ ନିଜ ତରଫରୁ ଗତ ୩ ବର୍ଷରୁ ଯଶିପୁର ବ୍ଲକ୍ ରେ ଚଳାଇ ଆସିଛି ।
ଉକ୍ତ ଟ୍ରେନିଂ ଶିବିର ରେ ଯଶିପୁର ବ୍ଲକ୍ ର ସମସ୍ତ ଏମ୍.ବି.କେ, କୃଷି ମିତ୍ର ଏବଂ ପ୍ରାଣୀ ମିତ୍ର ମାନେ ଯୋଗ ଦେଇ ଓଡ଼ିଶା ଜୀବିକା ମିଶନ ର ୨୫୦୦ ଯୋଗ୍ୟ ହିତାଧକାରୀଙ୍କୁ କିପରି ସଠିକ୍ ସମୟରେ ସଠିକ୍ ସୁବିଧା ମିଳି ପାରିବ ସେଥିପ୍ରତି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି |