ତରାଗୋରେ ଚୋରା ମଦ ଜବତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ତରାଗୋ ଗ୍ରାମର ୨ଟି ସ୍ଥାନରେ ଚୋରା ମଦ ଜବତ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ୨ ଦିନ ତଳେ ପୋଲିସ ନିଳୋକ, ବାଇପୁର, ଚାରିଘରିଆ, ତରାଗୋ ଆଦି ଗ୍ରାମ ପେଟ୍ରୋଲିଂ କରୁଥିବା ବେଳେ ତରାଗୋ ଗ୍ରାମର ମିହିର କୁମାର ସ୍ୱାଇଁ ଚୋରା ମଦ ବିକ୍ରି କରୁଥିବା ସମୟରେ ତାଠାରୁ ୧୬ ବୋତଲ ବିଦେଶୀ ମଦ ଜବତ କରିଥିଲେ । ସେହିପରି ଉକ୍ତ ଗ୍ରାମର ଅନନ୍ତ କୁମାର ବାରିକ ଚୋରା ମଦ ବିକ୍ରି କରୁଥିବା ବେଳେ ତାଠାରୁ ୨୦ଟି ଆସ୍କା-୪୦ ଜବତ କରିଥିଲେ । ଏନେଇ ଥାନାରେ ଅବକାରୀ ଆଇନ ମୂଳେ ୨ଟି ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି ।


