ଶିଖରେଶ୍ୱର ଯୁବକସଂଘର ନୁତନଗୃହ ଉଦଘାଟନ

ହାଟଡିହି, (ଓ୍ବାଇଏନ୍ଏସ୍) : ଶାସଙ୍ଗ ଶିଖରେଶ୍ୱର ଯୁବକସଂଘର ନୁତନ ଗୃହ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉତ୍ସବରେ ପଣ୍ଡିତ ଚିନ୍ତାମଣୀ ପାଢ଼ୀ ପୂଜାର୍ଚ୍ଚନା କରିବାସହିତ ଘୃତାହୁତୀ ପ୍ରଦାନ କରିଥିଲେ । ଗ୍ରାମର ବରିଷ୍ଠ ନାଗରିକ ହରେକୃଷ୍ଣ ବେହେରା, ନନ୍ଦ କିଶୋର ସ୍ୱାଇଁ, ଦୂର୍ଯ୍ୟୋଧନ ବିଶ୍ୱାଳ, ଅନାଦି ଚରଣ ବିଶ୍ୱାଳ, ବନ ବିହାରୀ ବେହେରା, ଜଗବନ୍ଧୁ ରାଉତ, କିଶୋର ଆଚାର୍ଯ୍ୟ, ଆନନ୍ଦ ଚରଣ ଆୟଚ, ଶ୍ୟାମସୁନ୍ଦର ସ୍ୱାଇଁ, ।ତ୍ନାକର ସାହୁ, ସଞ୍ଜୟ କୁମାର ସ୍ୱାଇଁ, ନିରଞ୍ଜନ ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, କୈଳାଶ ସୁବୁଦ୍ଧି, ରବିନ୍ଦ୍ର କୁମାର ପାଢ଼ୀ, ଅଭୟ କୁମାର ବିଶ୍ୱାଳ, ଦୁର୍ଗାପ୍ରସାଦ ସ୍ୱାଇଁ, ପର୍ଶୁରାମ ନାୟକ ପ୍ରମୁଖ ଯୋଗଦେଇ ଶିଖରେଶ୍ୱର ପାଠାଗାର ଓ ଶିଖରେଶ୍ୱର ଯୁବକସଂଘ ପୁରୁଣାସ୍ମୃତି ଚାରଣ କରିଥିଲେ । ଯୁବକସଂଘର ସଦସ୍ୟମାନେ ଐକ୍ୟବନ୍ଧ ହୋଇ ଗାଁର ବିକାଶ କ୍ଷେତ୍ରରେ କାମ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଯୁବକସଂଘ ସଦସ୍ୟ ମାନଙ୍କ ଦ୍ୱାରା ଗାଁର ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କ୍ଲବ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଲଳିତ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିବାବେଳେ କ୍ଲବ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ