ଗଜପତିରେ ନୂତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଦାୟିତ୍ୱ ଗ୍ରହଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି ସୀତାରାମ ଶତପଥି । ସେ ପୂର୍ବରୁ ଗଂଜାମ ଜିଲାର ଛତ୍ରପୁର ଠାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟରତ ରହି ସଫଳତା ଅର୍ଜନ କରିଆସିଛନ୍ତି । ଗତ ୨୦୦୨ ମସିହା ଠାରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ପାରଳାଖେମୁଣ୍ଡି ଥାନା ଅଧିକାରୀ ଭାବେ କାର୍ଯ୍ୟକରି ଏଠାରେ ମଧ୍ୟ ବହୁ ସଫଳତା ଅର୍ଜନ କରିବା ସହ ସାଧାରଣରେ ପ୍ରିୟପାତ୍ର ହୋଇପାରିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥି ଦାୟିତ୍ୱ ଗ୍ରହଣ କରିବାପରେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ତାଙ୍କୁ ସ୍ୱାଗତ ଜଣାଯାଇଛି । ଆଗକୁ ଜିଲାର ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଟ୍ରାଫିକ ନିୟମକୁ କଡାକଡି ଲାଗୁକରିବାପାଇଁ ନୂତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁରୁତ୍ୱାରୋପ କରିଛନ୍ତି ।