ଗଜପତି ଜିଲା ଯୋଜନା ବୋର୍ଡର ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରାଜ୍ୟ ଅନୁସୂଚିତଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଏକ ପରିଦର୍ଶନରେ ଆସି ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସେ ଗଜପତି ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱରେ ରହିଥିବା ଯୋଗୁଁ ଏଠାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନକୁ ନେଇ ଏବଂ ତାହା ସାଧାରଣରେ ପହଞ୍ôଚବାକୁନେଇ ଆଲୋଚନା କରିଥିଲେ । ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ଅନୀତା ରାଣୀ ବେହେରା, ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ସହ ଜିଲାପାଳ ଅନୁପମ ସାହା ଏବଂ ବିଭିନ୍ନ ଜିଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତଥିଲେ । ଏଥିରେ ମୁଖ୍ୟତଃ ଗଜପତି ଜିଲା ଏକ ଜନଜାତି ସମ୍ପର୍ଣ୍ଣ ଜିଲା ହୋଇଥିବାରୁ ସେହି ଛାତ୍ରଛାତ୍ରୀମାନଙ୍କ ବିଷୟରେ ଆଲୋଚନା କରାଯାଇଥିଲା । ଗତବର୍ଷ ଏଠାରେ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀ ମାନେ ଶତକଡା ୮୩ଭାଗ ପାସ କରିଥିବା ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ । ସେହିପରି ଏଠାରେ ସମୁଦାୟ ୬ଲକ୍ଷ ଲୋକ ବସବାସ କରୁଥିବାବେଳେ ସେଥିମଧ୍ୟରୁ ୨୫ହଜାର ବିଦ୍ୟାର୍ଥୀ ରହିଥିବାର ଜଣାପଡିଛି । ୩୪ହଜାର ପିଲାଙ୍କ ବିଦ୍ୟାଳୟ ସ୍କାଲାରସିପ୍ ପାଇଁ ମୋଟ ୨୬କୋଟି ଟଙ୍କା ଶିକ୍ଷା ବିଭାଗ ପକ୍ଷରୁ ଜିଲା ପ୍ରଶାସନ ମାଧ୍ୟମରେ ଖର୍ଚ୍ଚ ହୋଇଥିବା ସୂଚନା ଦିଆଯାଇଛି । ଜିଲା ଯୋଜନା ଗୁଡିକ ମଧ୍ୟରେ ଭାରତରେ ଗଜପତି ଜିଲା ଏକ ପ୍ରଥମ ଶ୍ରେଣୀ ଜିଲା ଭାବେ ମଧ୍ୟ ଘୋଷିତ କରାଯାଇଛି । ଗଜପତି ଜିଲାରେ ଆୟୋଜିତ ହୋଇଥିବା ଟିଚ୍ ଗଜପତି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିବା ଏହି ବୈଠକରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଏହି ଟିଚ୍ ଗଜପତି କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବାପାଇଁ ପ୍ରୟାସ ଜାରୀ ରହିବ ବୋଲି ମନ୍ତ୍ରୀଙ୍କୁ ସ୍ପଷ୍ଟକ୍ତି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟୀ ରଥ ପ୍ରମୁଖ ଉପସ୍ଥିତଥିବାବେଳେ ଅନ୍ୟାନ୍ୟ ପ୍ରମୁଖ ଜିଲା ଅଧିକାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ